ବିଦ୍ୟୁତ ତାର ଆଘାତରେ କୋର୍ଟ ଗାର୍ଡ ମୃତ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକର ହଜରଡ଼ାଙ୍ଗ ଗ୍ରାମର ୨୨ ବର୍ଷୀୟ ଯୁବକ ରଞ୍ଜନ କୁମାର ସାହୁକାରଙ୍କ ଦୁଃଖଦ ମୃତ୍ୟୁ ଘଟିଛି | ରଞ୍ଜନ ବିଷମକଟକ ଅଦାଲତରେ ଏପିଆର କୋର୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଗତରାତି ନିଜ ଘର ଛାତ ଉପରେ ପାଲ ବିଞ୍ଛାଇବାକୁ ଯାଇ ୧୧ କେଭି ବିଦ୍ୟୁତ ତାରରେ ଆଘାତ ହୋଇଥିଲେ | ସେ ଦୁର୍ଘଟଣାତ୍ମକ ବିଦ୍ୟୁତ୍ ଆଘାତ ପରେ ତାଙ୍କ ପରିବାର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପୋଲିସ ଦଳ ପହଞ୍ଚି ଆବଶ୍ୟକ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଦୁଃଖଦ ଘଟଣାରେ ଗାଁ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ଖବର ଆସିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.