ସାମୂହିକ ଛୁଟି ପାଇଁ ଆବେଦନ ପତ୍ର ଲେଖିଲେ ବନ କର୍ମଚାରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆସନ୍ତା ୨୨ ତାରିଖଠାରୁ ନନ୍‌ଗେଜେଟେଡ଼ ବନସେବା ସଂଘର ଆନ୍ଦୋଳନ ଶେଷ ହେବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହି ସର୍କଲ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପାଇଁ କଳାହାଣ୍ଡି ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେଲେ ଜିଲ୍ଲାର ବନ କର୍ମଚାରୀ ସମୂହ । ଏହାସହ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କୁ ସାକ୍ଷାତ କରି ତାଙ୍କ ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ନନ୍‌ଗେଜେଟେଡ଼ ବନସେବା ସଂଘ ପକ୍ଷରୁ ପୂର୍ବରୁ ଯେଉଁ ୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲୁ ଅଦ୍ୟାବଧି ତାହା ପୂରଣ କରାଗଲା ନାହିଁ । ଏଣୁ ସଂଘର ନିଷ୍ପର୍ଷ ପ୍ରକାରେ ସଂଘର ଜଣେ ଶୃଙ୍ଖଳିତ ସଭ୍ୟ/ ସଭ୍ୟା ଭାବରେ ସାମୂହିକ ଛୁଟିରେ ଯିବାପାଇଁ ମୁଁ ପ୍ରତିବଦ୍ଧ ଅଟେ । ସଂଘର ନିଷ୍ପର୍ଷ ପ୍ରକାରେ ମୁଁ ଆସନ୍ତା ୨୨ତାରିଖ ଠାରୁ ସଂଘର ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିବା ପାଇଁ ଆବେଦନ କଲି । ଏହି ସମୟରେ ମୁଁ ସଂଘ ନିର୍ଦ୍ଦେଶ ପ୍ରକାରେ ମୋର ସର୍କଲ ଅଫିସ ସାମ୍ନାରେ ଧାରଣା ଦେବାକୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କଲି । ମୁଁ ଛୁଟିରେ ଥିବା ସମୟରେ ଯଦି କୌଣସି ପ୍ରକାର ଜଙ୍ଗଲ, ବନ୍ୟପ୍ରାଣୀ ବା କୌଣସି ସରକାରୀ କ୍ଷତି ଘଟେ ଅଥବା କୌଣସି ଅପ୍ରୀତିକର ପରିସ୍ଥିତି ଆସେ, ସେଥିପାଇଁ ଜନ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଆପଣଙ୍କ ଗୋଚରାର୍ଥେ ଜଣାଇଲି ବୋଲି ବନ କର୍ମଚାରୀ ମାନଙ୍କ ପକ୍ଷରୁ ପୃଥକ୍ ଭାବେ ଜିଲ୍ଲା ଉତ୍ତର ଓ ଦକ୍ଷିଣ ବନ ଖଣ୍ଡ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଦେଇଥିବା ଛୁଟି ଦରଖାସ୍ତରେ ଉଲ୍ଲେଖ କରାଯାଇଥିବା ଦେଖାଯାଇଛି । କହିରଖୁ କି, ଓଡ଼ିଶା ନନ୍‌ଗେଜେଟେଡ ବନ କର୍ମଚାରୀ ସଂଘ ପକ୍ଷରୁ ଗତ ୯ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଢେଙ୍କାନାଳ ହିନ୍ଦୋଳର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ କାଠ ମାଫିଆମାନେ ନିର୍ମମ ଭାବେ ହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଭୌଗୋଳିକ ଅଞ୍ଚଳ ଓ ଘଞ୍ଚ ଜଙ୍ଗଲ ଅନୁସାରେ ରେଞ୍ଜ, ସେକ୍ସନ୍ ଓ ବିଟ୍‌ର ପୁନର୍ଗଠନ କରାଯିବା ସହ ମୃତ ବନ କର୍ମଚାରୀଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଥିଲା । ତେବେ ଆଗାମୀ ଦିନରେ ସରକାର ତାଙ୍କ ଦାବି ପୂରଣ ନକରନ୍ତି, ତେବେ ଜୁନ ୧୫ରୁ କଳା ବ୍ୟାଜ ପିନ୍ଧି କାମ କରିବେ କିନ୍ତୁ କୌଣସି ବିପଦପୂର୍ଣ୍ଣ କାମ କରିବେ ନାହିଁ । ୨୨ ତାରିଖ ତାରିଖ ଠାରୁ ସର୍କଲ କାର୍ଯ୍ୟାଳୟ ସମ୍ମୁଖରେ ୟୁନିଫର୍ମ ଓ କଳା ବ୍ୟାଜ ପିନ୍ଧି ସାମୂହିକ ଛୁଟି ନେଇ ଧାରଣାରେ ବସିବେ । ଏହା ପରେ ମଧ୍ୟ ସରକାର ଉପେକ୍ଷା କଲେ, ଭୁବନେଶ୍ବର ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ରାଜ୍ୟ ସଂଘ ଉପସଭାପତି ଭବାନୀ ଶଙ୍କର ପରିଛା କହିଛନ୍ତି । ଭବାନୀପାଟଣା ଜୋନର ସଭାପତି ବିଶ୍ଵମୋହନ ପାଢ଼ୀ, ସମ୍ପାଦକ ସୁଶିଲ ମହାନନ୍ଦଙ୍କ ସମେତ ଜୋନ ଅନ୍ତର୍ଗତ ୧୧ଟି ଡିଭିଜନର ସଂଘ କର୍ମକର୍ତ୍ତା ଆଜି ସମୂହ ଛୁଟି ଦରଖାସ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.