ପରଲୋକରେ ସମାଜସେବୀ ନାରାୟଣ ବେହେରା

ଓଡିଆ ବାର୍ତ୍ତା/ କଟକ ସଦର: ବାରଙ୍ଗ ବ୍ଲକ ଅନ୍ତର୍ଗତ କୋରକୋରା ପଞ୍ଚାୟତ ସ୍ଥିତ ବାଙ୍କେଶ୍ଵର ଏଟୁଆ ସାହି ନିବାସୀ ନାରାୟଣ ବେହେରା (କାଳନ୍ଦୀ)ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ନୃସିଂହ ବେହେରା ଓ ଶୋଭା ଦେବୀଙ୍କ ସେ ଜ୍ୟେଷ୍ଠ ପୁତ୍ର। ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ସମାଜପ୍ରେମୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ଶବ ଶୋଭାଯାତ୍ରାରେ ମହେନ୍ଦ୍ର ବେହେରା, ନରହରି ବେହେରା, ରମେଶ ବେହେରା, ରାଜେନ୍ଦ୍ର ବେହେରା, ନରେଶ ବେହେରା, ତ୍ରିଲୋଚନ ଓଝା, ବିଚିତ୍ର ବେହେରା, ବିଜୟ ବେହେରା, ସୁଧାକର ଓଝା, ଶ୍ୟାମ ସୁନ୍ଦର ଦାସ, ବିନୋଦ ଦାସ, କମଳାକାନ୍ତ ଦାଶ, ସୁବାସ ଚନ୍ଦ୍ର ଦାସ, ନିତ୍ୟାନନ୍ଦ ବେହେରା, ମନୋରଞ୍ଜନ ବେହେରା, କାଳନ୍ଦୀ ବାରିକ, ଚନ୍ଦନ ସେଠୀ, ମୂରଲୀଧର ଦାସ, ମଙ୍ଗୁଳି ଭୋଇ, କୋରକରା ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ପାତ୍ର, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଓ ଗ୍ରାମ ଯୁବକ ମାନେ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଅଛି। ଏକମାତ୍ର ପୁତ୍ର ଜିତେନ୍ଦ୍ର ବେହେରା ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.