ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସ୍ମାରକ ପତ୍ର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମଧ୍ଯପ୍ରଦେଶ ଗୋଆଲିୟର ହାଇକୋର୍ଟର ସର୍ବ ସମ୍ମତି କ୍ରମେ ହାଇକୋର୍ଟ ପରିସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ କିଛି ଆଇନଜୀବୀଙ୍କ ବିରୋଧ ଯୋଗୁଁ ପ୍ରତିମୂର୍ତ୍ତି ସ୍ଥାପନକୁ ସ୍ଥଗିତ ରଖାଯାଇଛି। ଏକ ମାସରୁ ଉର୍ଦ୍ଧ୍ବ ହେଲାଣି ବିବାଦ ବଢିବାରେ ଲାଗିଛି। ଭାରତ ଗୋଟିଏ ଶାନ୍ତି ପ୍ରିୟ ଦେଶ ଭାଇ ଚାରାର ଦେଶରେ ଲାଗୀ ରହିଥିବା ଏହି ବିବାଦରେ ହସ୍ତକ୍ଷେପ କରି ଯଥାଶୀଘ୍ର ସମାଧାନ କରି ମାନବ ସମାଜର ତ୍ରାଣକର୍ତ୍ତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିବା ଦାବିରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ଵରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି। ଉପସ୍ଥିତ ଥିଲେ ସଂଗଠନର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ଉପସଭାପତି ଲୋକନାଥ ନାଗ, କେସିଙ୍ଗା ସଭାପତି ଯୁଧିଷ୍ଠିର ଭଗତଙ୍କ ସମେତ ଅନେକ କର୍ମକର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.