ବିଜେପି ପକ୍ଷରୁ ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ବିଜେପି ସରକାରକେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ସରକାର କୁ ପୁରିଲା ଏକ ବର୍ଷ l ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲବ୍ଧି କୁ ଲୋକ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମୀ ସମ୍ମିଳନି ଆୟୋଜନ କରାଯାଇ ଦଳୀୟ ସଂଗଠନକୁ ମଜବୁତ କରିବା ଲାଗି ପ୍ରୟାସ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଭାଟକୁମରଡ଼ା ମଣ୍ଡଳ ରେ ସୁରେନ୍ଦ୍ର ଚନ୍ଦ୍ର ଦାଶ,ଙ୍କ ନେତୃତ୍ୱରେ ଭାଟକୁମରଡା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭାଟକୁମରଡା ସମିତି ସଭ୍ୟ କୋରାନାଥ ସ୍ୱାଇଁ, ସୁନିଲ କୁମାର ଦାଶ,ନିର୍ମଳ ଚନ୍ଦ୍ର ସାହୁ,ସୁନାଥର ସରପଞ୍ଚ ଅନୀଲ କୁମାର ନାହାକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ନିମନ୍ତେ ଫସଲ ବିମା ଯୋଜନା,ପିଏମ କିଷାନ ଯୋଜନା, ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପ୍ରଦାନ କରି ଥିବା ବେଳେ ନିର୍ବାଚନ ବେଳେ ୨୧ ଟି ଯୋଜନା କୁ ନେଇ ଆମେ ଲୋକଙ୍କ ପାଖକୁ ଯାଇଥିଲୁ। ସେଥିମଧ୍ୟରୁ ପ୍ରଥମ ୪ ଟି ଯୋଜନାରେ ପୁରୀ ଜଗନ୍ନାଥ ମନ୍ଦିର ୪ ଦ୍ଵାର ଖୋଲା, ମନ୍ଦିର ବିକାଶ ନିମନ୍ତେ ୫ ଶହ କୋଟି ପର୍ପସ ଫଣ୍ଡ, ସୁଭଦ୍ରା ଯୋଜନା ରେ ମହିଳାଙ୍କୁ ୫୦ ହଜାର ଟଙ୍କା ବାର୍ଷିକ ଦୁଇ ଟି କିସ୍ତିରେ ପାଞ୍ଚ ବର୍ଷ, ୩୧ ଶହ କୁଇଣ୍ଟଲ ପିଛା ଏମ ଏସପି ଟିବିଟି ମାଧ୍ୟମ ରେ ପ୍ରଦାନ କରି ଥିଲେ।ଟାସ୍କ ଫୋର୍ସ ଗଠନ କରି ଛନ୍ତି। ବିକ୍ଷିତ ଓଡିଶା ବିକ୍ଷିତ ଭାରତ ଯୋଡି ହୋଇ ପାରିବ। ଗଞ୍ଜାମ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ମୋହନ ଚରଣ ମାଝୀ ସରକାର ଯୋଗ ଦେଇ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଶୁଭ ଦେଇଛନ୍ତି। ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଲୋକ ଓଡ଼ିଶାରେ ପୁଞ୍ଜି ନିବେଶ କରିବାରୁ ଆଗ୍ରହ ପ୍ରକାଶ କରିଛନ୍ତି।ସ୍ଥାନୀୟ ଲୋକଙ୍କ ସ୍କିଲ ଉନ୍ନତ ଯୋଜନା କରାଯାଉଛି। ୨୫ ବର୍ଷର ପୂର୍ବ ସରକାର ୩୩ ଭାଗ ଚାଷଜମିକୁ ଜଳସେଚିତ କରିବା କୁ ଯୋଜନା କରି ଥିବା କହିଥିଲେ। ତାହା ହୋଇ ପାରିନଥିଲା ବେଳେ ଆମେ ଜଳ ଯୋଗାଣ ନିମନ୍ତେ ନଦୀ ଗୁଡ଼ିକରେ ଛୋଟ ଛୋଟ ଡେମ କରିବା ଯୋଜନା କରାଯାଉଛି। ଧାନ ଫସଲ ଅମଳ କରିବା ରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା ରହିଛି। ପନି ପରିବା ଚାଷ ମଧ୍ୟ ରହିଛି ହେଲେ ଏଠାରୁ ବିଦେଶକୁ ପଠାଇ ବା କୁ ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଦଳୀୟ କର୍ମୀକୁ ବିଧାୟକ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ସୁରେଶ ପଣ୍ଡା, ନାରାୟଣ ନାହାକ, ଇନ୍ଦ୍ରମଣି ନାୟକ, ଅରୁଣ କୁମାର ସ୍ଜାଇଁ , ସନାତନ ବେହେରା, ବିମଲ କୁମାର ଦାଶ, ନକୁଳ ସାହୁ, ସୁଭଜିତ୍ କୁମାର, ସିଦ୍ଧାର୍ଥ କୁମାର ସ୍ବାଇଁ, ସରୋଜ କୁମାର ପଣ୍ଡା , ନାରାୟଣ ପଣ୍ଡା, ସନାତନ ବେହେରା , ମହେଶ୍ୱର ନାହକ, ମନଜ ମଣ୍ଡଳ, ଟୁକୁନା ସ୍ବାଇଁ, ଦେବରାଜ ମଣ୍ଡଳ, ଶିବରାମ ନାହକ, ମହେଶ୍ୱର ନାହାକ ସମେତ ବହୁ କର୍ମୀ ଯୋଗ ଦେଇ ସମ୍ମୀଳନୀକୁ ସଫଳ କରିବାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.