ପୁରୁଷୋତ୍ତମପୁର ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକରେ ବିଡ଼ିଓ ଶରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ପ୍ରାକୃତିକ ବିପର୍ଯୟକୁ ମୁକାବିଲା କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ବିଡ଼ିଓଙ୍କ ସହ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଂଗୀତା ସେଠୀ, ଫାୟାର ଅଧିକାରୀ ଆଲୋକ କୁମାର ଦଳେଇ, ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଜିପିଓ ମୀନ କେତନ ବେହେରା, ପିଓ, ମୁଖ୍ୟ କିରାଣୀ, ବ୍ଳକ ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ପଞ୍ଚାୟତ ପିଇଓ, ଏବଂ ୬ ଗୋଟି ବନ୍ୟା ଆଶ୍ରୟ ସ୍ଥଳର ସଭାପତି, ସମ୍ପାଦକ ଏବଂ ସଦସ୍ୟ, ମାନଙ୍କ ସହିତ ବ୍ଲକର ଅଧିକାଂଶ ଷ୍ଟାଫ ଉପସ୍ଥିତ ରହି ବନ୍ୟା, ବାତ୍ୟାକୁ କିପରି ସୁଚାରୁ ରୂପେ ମୁକାବିଲା କରିପାରିବେ ତା ଉପରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ମତାମତ ଦେଇଥିଲେ | ଏବଂ କୌଣସି ପରିସ୍ଥିତିରେ ମଧ୍ୟ ତାହାକୁ ମୁକାବିଲା କରି ଭଙ୍ଗା, କଚା ଘରେ ଥିବା ବ୍ୟକ୍ତି ମାନଙ୍କୁ ଏହି ବନ୍ୟ କେନ୍ଦ୍ରକୁ ଆଣି ଆଶ୍ରୟ ଦେବା, ଖାଦ୍ୟ ପାନୀୟ ଦେଵା ସହିତ ଗାଈଗୋରୁଙ୍କୁ ମଧ୍ୟ ସେଠାକୁ ଆଣି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବା, ପଡ଼ିଥିବା ଗଛ, ଡାଳକୁ ଫାୟାର ବିଭାଗ ସହଯୋଗରେ କିପରି ସଫାକରି ଲୋକମାନଙ୍କୁ ବନ୍ୟା ଆଶ୍ରୟ କେନ୍ଦ୍ରରେ ଆଶ୍ରୟ ଦେବା ବିଷୟରେ ଆଲୋଚନା କରିଥିଲେ | ଶେଷରେ ବିଏସଏସ ଓ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ | ତେବେ ଏହି ବୈଠକକୁ ସାମ୍ବାଦିକ ମାନଙ୍କୁ ଡାକି ନଥିବାରୁ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ବିଏସଏସଓଙ୍କ ଉପରେ ବିରକ୍ତ ପ୍ରକାଶ କରି ତାଗିତ କରିଥିବା ଜଣାପଡିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.