ବର୍ଷେ ପରେ ପତ୍ନୀଙ୍କୁ ମିଳିଲା ସ୍ୱାମୀଙ୍କ ମୃତ ପ୍ରମାଣ ପତ୍ର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତ ଲତପଙ୍ଗିଆ ଗାଁର ସୁନିଆ ମତି ଦିଗାଲ। ବୟସ ୨୬ ବର୍ଷ। ଗତ ୨୦୨୪ ମସିହାରେ ସୁନିଆ ମତିଙ୍କ ସ୍ୱାମୀ ଗୌତମ ଦିଗାଲ ରାଜସ୍ଥାନର ହନୁମାନଗଡ଼ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। କିଛି ଦିନ ପରେ କାମ କରୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ସ୍ୱାମୀଙ୍କ ମୃତ୍ୟୁ ପରେ ସୁନିଆ ମତି ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ନିଜର ୨ ପୁଅ ଓ ଗୋଟିଏ ଝିଅ ସହ ୪ ଜଣଙ୍କୁ ନେଇ ବହୁ ଅସୁବିଧାରେ ଚଳୁଥିଲେ। ବଡ଼ ଝିଅର ବୟସ ୬ ବର୍ଷ ହୋଇଥିବାରୁ ଝିଅର ପାଠ ପଢିବା ପାଇଁ ସ୍ୱାମୀଙ୍କ ମୃତ ପ୍ରମାଣ ପତ୍ର ଆବଶ୍ୟକ ହୋଇଥିଲା। ପ୍ରାୟ ଦେଢ଼ ବର୍ଷ କାଳ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବିଡ଼ିଓ ଏମିତି କି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ସ୍ୱାମୀଙ୍କ ମୃତ୍ୟୁ ବାହାର ରାଜ୍ୟରେ ହୋଇଥିବାରୁ ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରୁନଥିଲା l ପାଠ ପଢିବା ପାଇଁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଏବଂ ଜାତି ପ୍ରମାଣ ପତ୍ର ଆବଶ୍ୟକତା ଥିବା ଏବଂ ପ୍ରମାଣ ପତ୍ର ରାଜସ୍ଥାନରୁ ମିଳିବା କହିବା ପରେ ପିଲାଙ୍କ ପାଠ ପଢାକୁ ନେଇଁ ଚିନ୍ତାରେ ଥିଲେ ସୁନିଆ ମତି l ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ତେବେ ଦୀର୍ଘ ୧ ବର୍ଷ ପରେ ସୁନିଆ ମତି ନିଜ ସ୍ୱାମୀଙ୍କ ମୃତ ପ୍ରମାଣ ପତ୍ର ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାଇବା ପରେ ନିଜେ ଖୁସି ବ୍ୟକ୍ତ କରିବା ସହ ନିଜ ଝିଅ ପାଠ ପଢ଼ିପାରିବ ବୋଲି କହିଛନ୍ତି। ଏହା ବିଭିନ୍ନ ଗଣମାଧ୍ୟମରେ ବାହାରିବା ପରେ ମୃତ ପ୍ରମାଣ ପତ୍ର ପାଇଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.