ବାଲେଶ୍ଵରରେ ପାଳିତ ହେଲା ୬ଷ୍ଠ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ଦିବସ

• ପ୍ରାଥମିକ ପାଠ୍ୟ ପୁସ୍ତକରେ ନୀଳରକ୍ତ କଙ୍କଡ଼ା ପଢାଯାଉ ଓ ନୀଳରକ୍ତ କଙ୍କଡ଼ା ପାଇଁ ସ୍ବତନ୍ତ୍ର ଅଭୟାରଣ୍ୟ ଦାବୀ ଉଠିଲା ବାଲେଶ୍ଵରରୁ

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସହରର ଗୋପବନ୍ଧୁ ପାର୍କ ପରିସରରେ ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ ସହ ଏବିସି, ଅରଣ୍ୟକ୍, ମୁନ୍ କମ୍ୟୁନିକେସନ, ରେ ଅଫ୍ ହୋପସ୍, ଯୁବ ବିକାଶ ଓ ହେଲପିଙ୍ଗ ସୋସାଇଟିର ମିଳିତ ସହଯୋଗରେ ୬ଷ୍ଠ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ଦିବସ ପାଳିତ ହୋଇଯାଇଛି। ଏହାର ସଭାକାର୍ଯ୍ୟକୁ ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁଦାସ ପରିଚାଳନା କରିଥିବା ବେଳେ ‘ଅରଣ୍ୟକ’ର ମୁଖ୍ୟ ସୁଧାକର ସେଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏବିସି ତରଫରୁ ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ନୀଳରକ୍ତ କଙ୍କଡ଼ାର ଉପକାରିତା ବିଷୟରେ ଆଲୋକପାତ କରିଥିବା ବେଳେ ଗବେଷିକା ଉପାସନା ପଟ୍ଟନାୟକ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ବିଷୟରେ କହିଥିଲେ। ସମୁଦ୍ର କୂଳରେ ମତ୍ସଜୀବୀ ମାନଙ୍କୁ ସଚେତକ କରିବାର ଆବଶ୍ୟକତା ରହିଛି ବୋଲି ‘ମୁନ କମ୍ୟୁନିକେସନ’ ତରଫରୁ ଅବନୀ ଜେନା ମତବ୍ୟକ୍ତ କରିଥିବା ବେଳେ ରାଜେନ୍ଦ୍ର ରାଉତ ‘ସେବା ଫାଉଣ୍ଡେସନ’ର ବିରୋଜ ରାଉତ, ‘ଯୁବ ବିକାଶ’ର ଅସିତ ଦଳାଇ, ଶୁଭସ୍ମିତା ବିନ୍ଧାଣୀ, ‘ରେ ଅଫ୍ ହୋପସ୍’ର ସ୍ଵସ୍ତିକ ଦେ, ସସ୍ମିତା ମାଝି, ‘ହେଲପିଙ୍ଗ୍ ସୋସାଇଟି’ର ଜୀବନ ସଂଗ୍ରାମ ମିଶ୍ର ଯୋଗ ଦେଇ ନୀଳରକ୍ତ ସୁରକ୍ଷା ପାଇଁ ନିଜ ନିଜ ସ୍ତରରେ କାର୍ଯ୍ୟକ୍ରମ କରିବେ ବୋଲି ମତବ୍ୟକ୍ତ କରିଥିଲେ। ସମସ୍ତ ଅନୁଷ୍ଠାନ ତରଫରୁ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ନୀଳରକ୍ତ ଅଭୟାରଣ୍ୟ ଓ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ପାଠ୍ୟ ପୁସ୍ତକରେ ନୀଳରକ୍ତ କଙ୍କଡ଼ା ବିଷୟକୁ ସାମିଲ କରାଯାଉ ବୋଲି ଦାବୀ କରାଯାଇଛି। ଶେଷରେ ଆଗ୍ନେଶା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.