ନର୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ

ଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଭିନ୍ନ ଅନୁଷ୍ଠାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ନର୍ଲା ଡିଗ୍ରୀ କଲେଜ, ନର୍ଲା ଯୁକ୍ତ ଦୁଇ କଲେଜ, ସରସ୍ୱତୀ ଶିଶୁ ମନ୍ଦିର ପ୍ରଭୃତି ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ୨୦୧୫ରେ ଜୁନ ୨୧ କୁ ଯୋଗ ଦିବସ ଭାବରେ ଘୋଷଣା କରାଯାଇଥିଲା । ଏହା ଏବେ କେବଳ ଭାରତରେ ସୀମିତ ହୋଇ ରହିନାହିଁ । ଏହି ଯୋଗ ଦିବସ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପାଳିତ ହେଉଥିବା ଦେଖିବାକୁ ମିଳୁଛି ।

ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ନର୍ଲା ବ୍ଲକ ପରିସରରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକ ଷ୍ଟାଫ୍‌, ଅଙ୍ଗନୱାଡି କର୍ମୀ, ବ୍ୟାଙ୍କ ମିତ୍ର, ଆଶା କର୍ମୀ, ଆଇସିଡିଏସ୍ କର୍ମୀ ଓ ଜନସାଧାରଣଙ୍କୁ ନେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ହରିଦ୍ୱାର ପତଞ୍ଜଳୀ ଯୋଗ ଶିବିରର ବରିଷ୍ଠ ସଦସ୍ୟ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ ଯୋଗ ଗୁରୁ ଭାବରେ ଯୋଗଦାନ କରି ଯୋଗ ପ୍ରଶିକ୍ଷଣ ଦେଇଥିଲେ । ବରିଷ୍ଠ କର୍ମଚାରୀ ମାନଙ୍କ ମଧ୍ୟରେ ସେକ୍ସନ ଅଫିସର ଦିଗ ପଧାନ, ନର୍ଲା, ସିଡିପିଓ ଅଞ୍ଜଳୀ ପଟ୍ଟନାୟକ, ଲାଇଭଲିହୁଡ ମିଶନର ସଂଯୋଜକ ସନତ କୁମାର ସାହୁ, ଆରଡବ୍ଲୁଏସଏସ ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ,

ସନତ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ଆକାଉଣ୍ଟ ଅଫିସର ଶ୍ରୀ ତାଣ୍ଡି, ବିଏସଏସଓ ପ୍ରଦୀପ ବେହେରା, ଯୋଗେଶ କୁମାର ପ୍ରମୁଖଙ୍କ ସମେତ ଆଶା କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଯୋଗାସନ ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଗାଇଡଲାଇନ ଅନୁଯାୟୀ ପ୍ରଥମେ ଦେବ ପୂଜନ ପରେ ସାମୁହିକ ପ୍ରାର୍ଥନା କରାଯାଇଥିଲା ।

ଏହାପରେ ଯୋଗାସନ ଶିକ୍ଷା ଦେଇଥିଲେ ଯୋଗଗୁରୁ ଶ୍ରୀ ବାରିକ । ଏହାପରେ ଶପଥପାଠ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତ ଗୁଡିକରେ ମଧ୍ୟ ପଞ୍ଚାୟତ ସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସେହିଭଳି ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ବିଦ୍ୟାଳୟର ସମ୍ପାଦକ ଅଜୟ ନାଏକ, ସମସ୍ତ ଆଚାର୍ଯ୍ୟ ଆଚର୍ଯ୍ୟା ଓ ଛାତ୍ର ଛାତ୍ରୀ ମାନେ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇଙ୍କ ନେତୃତ୍ୱରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ପିଇଟି ନାରାୟଣ ପଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ କର୍ମଚାରୀ ଚକ୍ରଧର ସା ଯୋଗ ଶିକ୍ଷା ଦେଇଥିଲେ।

ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦିବସ ପାଳନ କରିଥିଲେ। ନର୍ଲା କୃଷି ଅଫିସରେ ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁଙ୍କ ନେତୃତ୍ୱରେ ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତି, ଗଜମତି ଭୋଇଙ୍କ ସମେତ ସମସ୍ତ ଷ୍ଟାଫ୍ ଯୋଗ ଦିବସ ପାଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.