ଆମେରିକାରେ ସାରଙ୍ଗଗଡ଼ର ଛାତ୍ରଙ୍କ ଗବେଷଣା ତତ୍ତ୍ଵ ପ୍ରଦର୍ଶିତ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗ ଗଡ଼ ଗ୍ରାମର ଚିନ୍ମୟ ତ୍ରିପାଠୀ। ସେ ସାରଙ୍ଗଗଡ଼ର ଜଣେ ଜଣାଶୁଣା ବ୍ୟବସାୟୀ ରାଧାକାନ୍ତ ତ୍ରୀପାଠୀଙ୍କ ଏକମାତ୍ର ପୁତ୍ର। ଛାତ୍ର ଚିନ୍ମୟ ସାରଙ୍ଗ ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭଲ ପାଠ ପଢୁ ଥିବାରୁ ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ପରେ ବ୍ରହ୍ମପୁରରେ ଉଚ୍ଚ ଶିକ୍ଷା ଓ ବିଶ୍ଵ ବିଦ୍ୟାଳୟରେ ଇଲୋକ୍ଟ୍ରୋନିକ ସାଇନସ୍ ରେ ଏମ୍ଏସସି କରିଥିଲେ। ପରେ ସେଠାରୁ ମେଧାବୃତ୍ତି ପାଇ ତାଇୱାନର ନେସନାଲ ସନ ୟାଟ ସେନ ୟୁନିଭରସିଟରେ ପିଏଚଡ଼ି କରିବା ପାଇଁ ସୁଯୋଗ ପାଇଥିଲେ। ସେଠାରେ ପ୍ରଫେସର ତ୍ଜି ସେଙ୍ଗ ହର୍ଙ୍ଗ ଜେସନଙ୍କ ତତ୍ତ୍ଵାବଧାନରେ ଆର୍ ଏଫ ମାଇକ୍ରୋ ଓ୍ଵେଭ ଲାବ ବିଷୟରେ ଗବେଷଣା କରିବା ପରେ ସେ ବର୍ତ୍ତମାନ ଜୁନ ୧୫ ରୁ ୨୦ ତାରିଖ ମଧ୍ୟରେ ଆମେରିକାର ସାନ ଫ୍ରାନ୍ସି୍ସ୍କୋ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ହୃଦଗତି ଓ ଶ୍ଵାସପ୍ରଶ୍ଵାସ ହାର ଚିହ୍ନଟ ଆଧାରିତ ଗବେଷଣା ପ୍ରଦର୍ଶନ କରିଥିଲେ। ଏଥିରେ ପୃଥିବୀର ସମସ୍ତ ଦେଶରୁ କେବଳ ୧୩୬ ଜଣ ଗବେଷକ ହିଁ ଯୋଗ୍ୟ ବିବେଚିତ ହୋଇ ଥିବା ବେଳେ ଓଡ଼ିଶାର ଏକ ମାତ୍ର ଗବେଷକ ଚିନ୍ମୟ ତ୍ରିପାଠୀ ଅଂଶ ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତାରେ ଗ୍ରାମର ସାଙ୍ଗସାଥୀ, ଗୁରୁଜନ ଓ ତାଙ୍କର ସମସ୍ତ ତ୍ରିପାଠୀ ପରିବାର ସମେତ ବଡବାପା ଉମାକାନ୍ତ ତ୍ରିପାଠୀ ଶୁଭ କାମନା ଜଣାଇ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.