ସଚେତନ କଲା ବିକାଶ ବାହନ ରଥ

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ପଣ୍ଡରିଯୋର ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥକୁ ସ୍ୱାଗତ କରାଯାଇଥିଲା I ଏହି ଅବସରରେ ଏଲ୍ଇଡ଼ି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା I ଆୟୋଜିତ ସଭାରେ ସରପଞ୍ଚ ଶ୍ରୀମତୀ ସୁଶୀଳା ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିଦ୍ୟୁତ ପ୍ରଭା ନାଗ, ପିଇଓ ଅନୁରାଧା ସାହୁ, ଏଡ଼ିଇଓ ନୟନା କାଣ୍ଡ, ଜିଆର୍ ଏସ ଅନିଲ ତାଣ୍ଡି, ଯୋଗାଣ ସହାୟକ ନାରାୟଣ ଯୁଏଡ଼, ସମାଜ ସେଵୀ ଗିରିଧାରୀ ମେହେର, ସାମାଜିକ ସୁରକ୍ଷା ଅଧିକାରୀ ଅଭିଜିତ ସେଠ, ସ୍ୱାସ୍ଥ୍ୟ ବିଭାଗ, ଅଙ୍ଗନବାଡି ଓ ଆଶା କର୍ମୀ, ଏମ ଵି କେ, ସି ଆର ପି ଏବଂ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସମେତ ପୁରୁଷ, ମହିଳା ଯୋଗଦାନ କରିଥିଲେ I ଏହି ଅବସରରେ ୯ଜଣଙ୍କୁ ରାସନ କାର୍ଡ, ୧୧ଜଣ ବିଧବା ମହିଳାଙ୍କୁ ବର୍ଦ୍ଧିତ ପେନ୍‌ସନ,୧୫ ଜଣଙ୍କୁ ଗୃହ କାର୍ଯ୍ୟଦେଶ,୫ ଜଣଙ୍କୁ ଜବ୍ କାର୍ଡ ଆଦି ପ୍ରଦାନ କରାଯାଇଥିଲା I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.