ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡିଆ ବାର୍ତ୍ତା/ ବାଳେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଏବଂ ଉତ୍ସାହମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ଉତ୍ତରାୟଣ ମଞ୍ଚରେ ସକାଳ ୭ଟାରୁ ୭.୪୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ, ଛାତ୍ରଛାତ୍ରୀ, ଏନଏସଏସ୍, YRC ସ୍ବେଚ୍ଛାସେବୀ, NCC କ୍ୟାଡେଟ୍, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ଓ ସକ୍ରିୟ ଭାବରେ ଯୋଗ ଅଭ୍ୟାସରେ ଅଂଶ ନେଇଥିଲେ। ‘ଦ ହୋଲିଷ୍ଟିକ୍ ହିଲିଂ’ ଯୋଗ ସେଣ୍ଟରର ଅଭିଜ୍ଞ କାର୍ଯ୍ୟକର୍ତ୍ତା ଓ ମହାବିଦ୍ୟାଳୟର ଶାରୀରିକ ଶିକ୍ଷକ ଶ୍ରୀ ସଞ୍ଜିବ ତାଲଦି ଯୋଗର ବିଭିନ୍ନ ଆସନ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦେଇଥିଲେ। ଏହା ଦ୍ୱାରା ଅଂଶଗ୍ରହଣକାରୀମାନେ ଜୀବନରେ ଯୋଗର ଗୁରୁତ୍ୱ ଓ ଉପକାରିତା ବିଷୟରେ ଗଭୀର ଜ୍ଞାନ ଲାଭ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଏନଏସଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସମୀର କୁମାର ସାହୁ ଓ ଡକ୍ଟର ଶାଶ୍ଵତୀ ଜେନା ସଫଳ ଭାବେ ସମନ୍ୱୟ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସଭାଗତ ଓ ଧନ୍ୟବାଦ ଜଣାଇ ଉପସ୍ଥିତମାନଙ୍କୁ କୃତଜ୍ଞତା ଜଣା ଯାଇଥିଲା।

ଯୋଗ ଅଭ୍ୟାସ ପରେ ମହାବିଦ୍ୟାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଧ୍ୟକ୍ଷ, ଅଧ୍ୟାପକ- ଅଧ୍ୟାପିକା, NSS, NCC YRC ର ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ଆନ୍ତର୍ଜାତୀୟ ଯୋଗ ଦିବସ ମାନବ ସମାଜକୁ ଏକ ସୁସ୍ଥ, ସନ୍ଦର ଓ ସଜଗ ଜୀବନ ଜୀବିତ କରିବା ପାଇଁ ଯୋଗର ଗୁରୁତ୍ୱ ଓ ଅବଶ୍ୟକତା ବିଷୟରେ ସଚେତନତା ଆଣିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.