ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଶୃପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିଲେ। ଏହି ଯୋଗ ଶିବିରରେ ଯୁବ ରେଡକ୍ରସ୍ ପରାମର୍ଶଦାତା ତଥା ଯୋଗ ପ୍ରଶିକ୍ଷକ ଡକ୍ଟର ଅଜିତ କୁମାର ବେହେରା ଆଜିର ସମୟରେ ଯୋଗର ଭୁମିକା ସହ ଯୋଗ ମାଧ୍ୟମରେ ବିଭିନ୍ନ ଅସାଧ୍ୟ ରୋଗକୁ ଦୂର କରାଯାଉ ପାରିବ ତାହା ବିଭିନ୍ନ ଯୋଗାସନ କରି ସ୍ଵେଚ୍ଛାସେବୀଙ୍କୁ ତାଲିମ ଦେଇଥିଲେ। ଏହି କାର୍ଯ୍ୟକ୍ରରେ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।