ଯୁବକ ନିଖୋଜ, ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ହା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡ଼ୁମେରଚୁଆଁ ଗ୍ରାମର ଜଣେ ଯୁବକ ନିଖୋଜ ହେଇଥିବା ନେଇ ତାଙ୍କ ବିଧବା ମାଁ ଥାନାରେ ଏତଲା ଦେଇଛନ୍ତି I ଯୁବକ ଜଣଙ୍କ ହେଉଛନ୍ତି ଡ଼ୁମେରଚୁଆଁ ଗ୍ରାମର ମୃତ ହେମନ୍ତ ମାଝୀଙ୍କ ପୁଅ କୁଞ୍ଜ ମାଝୀ (୧୯) I ସୂଚନା ଅନୁସାରେ ଶୁକ୍ରବାର ଦିନରେ ଏକ ବିବାହ ଉତ୍ସବ ତାଙ୍କ ପଡ଼ାରେ ହେଉଥିଲା I କୁଞ୍ଜ ସେ ଦିନ ରାତି ପାଖା ପାଖି ୮ ଟା ସମୟରେ ମୋବାଇଲରେ କଥା ହୋଇ ଘରୁ ବାହାରିଲେ ହେଲେ ସେ ରାତିରେ ଆଉ ଘରକୁ ଫେରିଲେ ନାହିଁ I ବିଳମ୍ବ ହେବା ଯୋଗୁଁ  ପରିବାରବର୍ଗ ତାଙ୍କ ମୋବାଇଲକୁ ଯୋଗାଯୋଗ କଲେ ହେଲେ ତାଙ୍କ ମୋବାଇଲ ସୁଇଚଅଫ ଥିଲା I ତାପରେ ତାଙ୍କ ପରିବାର ଖୋଜା ଖୋଜି କଲେ ହେଲେ କିଛି ସନ୍ଧାନ ମିଳିଲା ନାହିଁ I ପରି ଶେଷରେ ନିରାଶ ହୋଇ କଣ୍ଟାବାଞ୍ଜି ଥାନାରେ ଶନିବାର ଦିନ ନିଖୋଜ ଏତଲା ଦେଇଛନ୍ତି I ସେହି ଅଭିଯୋଗ ଆକାରେ କଣ୍ଟାବାଞ୍ଜି ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.