ଚୁରା ପାହାଡ଼ରେ ଚିତ୍ରଶିଳ୍ପୀଙ୍କ ବୈଠକ, ନୂତନ କର୍ମକର୍ତ୍ତା ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ/ ସ୍ବସ୍ତିଦୀପ ଆଦିତ୍ୟ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁରା ପାହାଡ଼ ଠାରେ ଚିତ୍ରଶିଳ୍ପୀଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ କଳାହାଣ୍ଡି ଜିଲ୍ଲାର ଚିତ୍ରଶିଳ୍ପୀ ମାନେ ଏକତ୍ରିତ ହୋଇ ତାଙ୍କର ସମସ୍ୟା, ଦାବି ଓ ଆଗାମୀ କାର୍ଯ୍ୟ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ସଭାପତି ହିମାଂଶୁ ଶେଖର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି, ଚିତ୍ରଶିଳ୍ପୀ ମାନଙ୍କ ଦୁଃଖଦ ସ୍ଥିତି ଓ ଅବହେଳିତ ଅବସ୍ଥାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ବୈଠକରେ ନିଷ୍ପତି ନିଆଯାଇଛି ଯେ,ସଚିତ୍ରଶିଳ୍ପୀ ମାନଙ୍କ ସମସ୍ୟା ବିଷୟରେ ଏକ ଦାବିପତ୍ର ପ୍ରସ୍ତୁତ କରାଯିବ ଓ ଏହି ଦାବିପତ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ଏହା ଦ୍ୱାରା ଶିଳ୍ପୀମାନେ ସରକାରୀ ଉପେକ୍ଷାରୁ ମୁକ୍ତ ହୋଇ ଉନ୍ନତିର ମାର୍ଗରେ ଅଗ୍ରସର ହେବାର ଆଶା ପ୍ରକାଶ କରାଯାଇଛି। ଏହି ଅବସରରେ ନୂତନ କମିଟି ଗଠିତ ହୋଇଥିଲା। ସଭାପତି ଭାବେ ଚିତ୍ରସେନ ଭୋଇ, ଉପ ସଭାପତି ସୁଧନ୍ୟ ବୋଡେ଼କ, ସାଧାରଣ ସମ୍ପାଦକ ତ୍ରିଲୋଚନ ସାହୁ, ସହ ସମ୍ପାଦକ ସୁବାଷ ଚନ୍ଦ୍ର ବାଗ, କୋଷାଧକ୍ଷ ସୁବାଷ ଚନ୍ଦ୍ର ନାଏକ, ଆବାହକ ପିଣ୍ଟୁ ନାଏକ ଓ ଶକ୍ତି ମାଝୀଙ୍କୁ ସର୍ବସମ୍ମତିରେ ମନୋନୀତ କରାଯାଇଛି। ସଭାର ଶେଷରେ ଗୋଲାମୁଣ୍ଡା ବ୍ଲକ ଳର ସମସ୍ତ ଚିତ୍ରଶିଳ୍ପୀ ସାଥିମାନେ ନୂତନ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ବୈଠକ ଏକ ଐତିହାସିକ ପଦକ୍ଷେପ ଭାବରେ ଚିତ୍ରଶିଳ୍ପୀ ମାନଙ୍କ ଏକତା, ସଂଗଠନ ଓ ଦିଗଦର୍ଶନ ଦେଉଥିବା ଘଟଣା ବୋଲି ମନ୍ତବ୍ୟ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.