ଦେଓଗାଁ ଚିନିକଳ ପୁନଃ ଚାଲୁ ଘୋଷଣା ଆମର ନିରନ୍ତର ଦାବିର ଫଳ :ଭାରତୀୟ କିସାନ ସଙ୍ଘ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ କିଷାନ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇ ୨୩ ସଦସ୍ୟ ବିଶିଷ୍ଟ ବ୍ଲକ କମିଟି ଗଠିତ ହୋଇଯାଇଛି | ଏଥିରେ କିସାନ ସଙ୍ଘ ରାଜ୍ୟ ସମ୍ପାଦକ ମୋହନ ଚରଣ ନାଏକ ମୁଖ୍ୟ ଅତିଥି, ଜିଲ୍ଲା ସଭାପତି ଡ଼ା. ଶଶିଭୂଷଣ ସାହୁ, ଜିଲ୍ଲା ସମ୍ପାଦକ ଚନ୍ଦ୍ରଭାନୁ ପଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସଂଘର କାର୍ଯ୍ୟକଳାପ ବିଷୟରେ ବୁଝାଇଥିଲେ | ଭାରତୀୟ କିସାନ ସଙ୍ଘର ନିରନ୍ତର ଉଦ୍ୟମ କ୍ରମେ ଦେଓଗାଁ ଚିନି କଳ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାର ଘୋଷଣା କଲେ ବୋଲି ଅତିଥିଗଣ ପ୍ରକାଶ କରିଥିଲେ | ଗଠିତ କମିଟିରେ ସର୍ବସମ୍ମତି କ୍ରମେ ସୁଧୀର ପଣ୍ଡା ବ୍ଲକ ସଭାପତି, ବିଦୁର କରନ, ନିଧି ରଣା ଉପସଭାପତି, ତ୍ରିଲକ୍ଷ ସାହୁ ସମ୍ପାଦକ, ସନ୍ତୋଷ କୁମାର ଭୋଇ ସହ ସମ୍ପାଦକ, ତୁଳସି ପ୍ରସାଦ ସାହୁ କୋଷାଧକ୍ଷ, ସଞ୍ଜୟ ମଲ୍ଲିକ ଯୁବା ପ୍ରମୁଖ, ଭାବଗ୍ରାହୀ ମେଶ୍ୱା ଜୈବିକ ପ୍ରମୁଖ ମନୋନୀତ ହୋଇଥିଲେ | କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରାମେଶ୍ବର ସହୁ, ଉମେଶ ଭୋଇ, ରଞ୍ଜିତ ସିଂ ବାବୁ, ତପିମଣି ସାହୁ, ଜଳନ୍ଧର ଦାସ, ଭୂପେନ୍ଦ୍ର ବାଗ, ଗିରିଧାରୀ ସାହୁ, ରତ୍ନା ସୁନା, ଦିଲ୍ଲୀପ ରଣା, ଗୌର ବୁଡ଼େକ, ଲବ ପଧାନ, ରଞ୍ଜନ ମହାକୁର, ପ୍ରଶାନ୍ତ ମେହେର, କୈଳାଶ ବନଛୋର୍ ମନୋନୀତ ହୋଇଥିଲେ | ଚାଷୀଙ୍କ ସ୍ୱାର୍ଥ ପାଇଁ ସମସ୍ତେ ଏକଜୁଟ ହୋଇ ଲଢ଼ିବା ନେଇ ମତପ୍ରକାଶ ପାଇଥିଲା |ଶେଷରେ ତୁଳସୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.