ଏସବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗ୍ରହ

ଓଡିଆ ବାର୍ତ୍ତା/ ଭବାନୀପାଟଣା: ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ଭବାନୀପାଟଣା ପକ୍ଷରୁ ଆଜି (୨୨ ଜୁନ ୨୦୨୫) ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଶାଖା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ସ୍ବେଛାକୃତ ରକ୍ତଦାନ ଶିବିରକୁ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଗଙ୍ଗାଧର ପଟ୍ଟନାୟକ ରକ୍ତଦାନ କରି ଶୁଭ ଉଦଘାଟନ କରିଥିଵା ବେଳେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରର ଡାକ୍ତର ଭିବେନ୍ଦୁ ବଳ ଏବଂ ଚିଫ୍ ମୋଟିଭେଟର୍ ସୁନିଲ ଶତପଥୀ ଟେକ୍ନିସିଆନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ସମେତ ମାଁ ମାଣୀକେଶ୍ବରୀ ବିଶ୍ବବିଦ୍ୟାଳୟର ଛାତ୍ର ବୃନ୍ଦ ସ୍ୱଇଚ୍ଛାରେ ରକ୍ତଦାନ କରିଥିବା ବେଳେ ସ୍ଥାନୀୟ ବୁଦ୍ଧିଜିବୀ ରତ୍ନାକର ଧଗଂଡାମାଝି, ପ୍ରଶାନ୍ତ ପ୍ରଧାନ, ସୁଶାନ୍ତ ମହାରଣା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରାଇ ସ୍ବେଛାକୃତ ଭାବେ ରକ୍ତଦାନ କରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.