କୋଇଲା ବୋଝେଇ ଟ୍ରକ ସହ ମାକ୍ସ୍ ପିକ ଅପ୍ ଭ୍ୟାନ ମୁହାଁମୁହିଁ: ଜଳିଗଲା ଦୁଇ ଗାଡି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ବ୍ଳକର ପିତାମହଲ ପଞ୍ଚାୟତ ଯିବା ରାସ୍ତାର ରେଳବାଇ ବ୍ରିଜ ତଳେ ଏକ କୋଇଲା ବୋଝେଇ ଟ୍ରକ ଓ ପିକ ଅପ ଭ୍ୟିନ ମୁହାଁ ମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ଦୁଇଟି ଜଳି ଯାଇଥିଲା। ଗାଡ଼ି ଜଳିଯିବା ଫଳରେ ଧୂଆଁମୟ ହୋଇ ଉଠିଥିଲା ସଂପୃକ୍ତ ଅଞ୍ଚଳ। ରାସ୍ତାରେ ଯାଉଥିବା ଯାତ୍ରୀମାନେ ଭୟଭୀତ ହେବାସହ ଅସ୍ତବ୍ୟସ୍ତ ହୋଇ ଯାଇଥିଲେ। ଟିପର ସିଜି ଏଲ ୧୩ ବି ସି ୯୫୦୦ ସହ ପିକ ଅପ ଭ୍ୟାନ ଏ ପି ୩୯ ୟୁ ଜି ୫୭୨୪ ଗାଡ଼ି ଜଲିଗଲା। ପିକ ଅପ ଭ୍ୟାନ ପିତାମହଲରୁ ରାୟଗଡା ଅଭିମୁଖେ ଆସୁଥିବା ବେଳେ କୋଇଲା ବୋଝେଇ ଗାଡ଼ି ରାୟଗଡାରୁ ଆନ୍ଧ୍ର ପ୍ରଦେଶ ଯାଉଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଛି। ରେଳବାଇ ଟ୍ରାକ ଉପର ବିଦ୍ୟୁତ୍ ତାର ମଧ୍ୟ ପୋଡ଼ି କଳା ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ପରେ ରେଳବାଇ ପକ୍ଷରୁ ପୋଛି ସଫା କରାଯାଉଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.