ବାଲିପଡା ନବରାତ୍ର ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଲିପଡ଼ା ଦୁର୍ଗା ମଣ୍ଡପ ଠାରେ ପୂଜା କମିଟି ଅଧ୍ୟକ୍ଷ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ରବିବାର ଚଳିତ ବର୍ଷ ନବରାତ୍ର ଦୁର୍ଗା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମଧ୍ୟ ବଣିକ ସଂଘ ବାଲିପଡ଼ା ଦାୟିତ ନିର୍ବାହନ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିବା କମିଟି ସୂତ୍ରରୁ ସୂଚନା ମିଳିଛି। ଚଳିତ ବର୍ଷ ପରିଚାଳନା କମିତିର କର୍ମକର୍ତ୍ତା ଭାବରେ ଅଧ୍ୟକ୍ଷ ଅନନ୍ତରାମ ମାଝୀ, ଉପାଧ୍ୟକ୍ଷ ତପନ ପଧାନ, ଉପଦେଷ୍ଟା ମୁଖ୍ୟ ପରେଶ କୁମାର ପଧାନ, ବାଗପୂର୍ ସରପଞ୍ଚ ଗୋପାଳ ହାତୀ, ସଭାପତି ଲୋଚନ ସାହୁ, ଉପ ସଭାପତି ରୋହିତ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୂଜା ସମ୍ପାଦକ ଅଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଭାବରେ ଜୟସେନ ନାୟକ, ପାଣ୍ଠି ସଂଗ୍ରହ ସମ୍ପାଦକ ଭାବରେ ଵବଲୁ ଭୋଇ, ପ୍ରବୀଣ ରଣା, ମନୋରଞ୍ଜନ ସମ୍ପାଦକ ଭାବରେ ରତିଲାଲ ସାହୁ, ବାଲାଜୀ ବେହେରା, ମିଡିଆ ସେଲ ସମ୍ପାଦକ ଭାବରେ ଟୁକୁ ପଧାନ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ବରିଷ୍ଠ ସଦସ୍ୟ ତୁମେଶ୍ୱର୍ ସାହୁ, ଦଶରଥ ମାଝୀ, ମନୋଜ ପଟ୍ଟନାୟକ, ଅନୁଜ ସାହୁ, ତନୁ ଗହିର, ଭାନପୁର ଗ୍ରାମ ପଞ୍ଚାୟତର ବରିଷ୍ଠ ଶିକ୍ଷକ ରୋମଞ୍ଚଳ ସାହୁ, ଧୃବ ଚରଣ ନାଗ,ସଞ୍ଜୟ ଦାସ, ଦଇତାରୀ ଭୋଇ, ଯୁବ ସଦସ୍ୟ ଅମନ୍ ସାହୁ, ପ୍ରଶାନ୍ତ ବାରିକ, ଉମା ପଧାନ, ଅଶୋକ ନାୟକ, ଜ୍ଞାନ ଭୋଇ, ବିଶ୍ଵ ବେହେରା, ରୋଶନ ପୋଢ଼,ସମୀର ଗୌଡ, ରଘୁ ବାରିକ, ସଞ୍ଜିବ ପଧାନ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଚଳିତ ବର୍ଷ ପୂଜାରେ ଭବ୍ୟ କଳସ ଯାତ୍ରା, ଭୁବନେଶ୍ୱର ରାମ ମନ୍ଦିର ସଦୃଶ୍ୟ ତୋରଣ, ପ୍ରତ୍ୟେକ ରାତ୍ର ରଙ୍ଗା ରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଘୁମୁରା, ଘଣ୍ଟ, ସମ୍ପ୍ରଦା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.