ରାଜ୍ୟସ୍ତରରେ ସମ୍ମାନିତ ହେଲେ ରାୟଗଡ଼ା ଜିଲ୍ଲାର ବିଦୁଲତା ହୁଇକା

ଓଡିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଅଖଣ୍ଡ ଓଡ଼ିଶା ମିଶନ ଓ ଏହାର ମୁଖପାତ୍ର ଐକତାନ ତରଫରୁ ଲୋହିଆ ଏକାଡେମୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଲତା ହୁଇକାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଉଦ୍ଘାଟିକା, ପ୍ରାକ୍ତନ ନ୍ୟାୟମୂର୍ତ୍ତି ଅରୁନ କୁମାର ପରିଚ୍ଛା ମୁଖ୍ୟ ଅତିଥି, ଅଧ୍ୟାପକ ପବିତ୍ର ମୋହନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ | ବହୁ ମହାମନିଷୀ ମାନଙ୍କ ଅଦମ୍ୟ ଉଦ୍ୟମ ଫଳରେ ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା |ମାତ୍ର ସମ୍ପ୍ରତି ଉକ୍ତ ଓଡ଼ିଶାକୁ ବିଚ୍ଛିନ୍ନତାବାଦର ବିଭିନ୍ନ ଆଳରେ ଯେପରି ଭାଗ ଭାଗ କରିଦେବାକୁ ଚକ୍ରାନ୍ତ ଚାଲିଛି ତାକୁ ପ୍ରତିହତ କରିବା ପାଇଁ ଅଖଣ୍ଡ ଓଡ଼ିଶା ମିଶନ ଏକ ଅଭିଯାନ ମାଧ୍ୟମରେ ତାର କାର୍ଯ୍ୟକ୍ରମ ଜାରି ରଖିଛି ବୋଲି କହିଛନ୍ତି କୃଷ୍ଣା । ମିଶନର ମୁଖପାତ୍ର ଐକତାନ ଓଡ଼ିଶା ରାଜ୍ୟରେ ପ୍ରଚଳିତ ଆଠଟି ଭାଷାରେ ବିଭିନ୍ନ ଲୋକଭିତ୍ତିକ ସମସ୍ୟା ଓ ସମ୍ଭାବନା ଉତ୍ଥାପନ କରିଆସୁଛି ବୋଲି ଏହାର ସମ୍ପାଦକ କବି ଶୈଳଜ ରବି ତାଙ୍କର ମତ ରଖିଛନ୍ତି । ମିଶନର ଆବାହିକା ଅପର୍ଣ୍ଣା ନାୟକ, ଐକତାନର କାର୍ଯ୍ୟକାରୀ ସମ୍ପାଦିକା ସୁସ୍ମିତା ରଥ ଏବଂ ପରିଚାଳନା ସମ୍ପାଦିକା ଅଦିତି ସାହୁ ଏହି ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ । ଓଡିଶାରେ ୬୨ ପ୍ରକାର ଆଦିବାସୀଙ୍କ ସ୍ଵତନ୍ତ୍ର ଭାବେ ୬୨ ପ୍ରକାର ଭାଷା ପ୍ରଚଳିତ ଥିଲା । କାଳକ୍ରମେ ତନ୍ମଧ୍ୟରୁ ବିଭିନ୍ନ କାରଣ ବଶତଃ ଅନେକ ଭାଷା ଲୋପ ପାଇଛି । ତଥାପି ପାଖାପାଖି ୩୦ ଟି ଭାଷା ଏବେବି ଜୀବିତ କିମ୍ବା ମୃତ୍ୟୁର ଦ୍ୱାର ଦେଶରେ । ମାତୃଭାଷା ଆମ ସମସ୍ତଙ୍କ ଅସ୍ତିତ୍ତ୍ଵ । ଆମକୁ ଓଡ଼ିଶା ରାଜ୍ୟକୁ ଅଖଣ୍ଡ ରଖିବାକୁ ହେଲେ ସମସ୍ତ ବର୍ଗଙ୍କୁ ବିଶେଷ ଭାବେ ଆଦିବାସୀଙ୍କୁ ସମ୍ମାନ ଦେବାକୁ ହେବ ଓ ସେମାନଙ୍କ ଭାଷାକୁ ଆଦରିବାକୁ ହେବ ଯେପରି ସେମାନେ ଓଡ଼ିଆ ଭାଷାକୁ ଆଦରି ନେଇଛନ୍ତି । ଆଦିବାସୀ ହିସାବରେ ଅଖଣ୍ଡ ଓଡ଼ିଶାରେ ସମ୍ମାନର ସହ ବଞ୍ଚିବା ଆମ ସମସ୍ତଙ୍କ ସ୍ଵପ୍ନ ବୋଲି ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ ବିଦୁଲତା । ଏଥି ନିମନ୍ତେ ଓଡ଼ିଶାର ଅନେକ ଯୁବଗୋଷ୍ଟି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ସମ୍ମାନ ପାଇଁ ବିଦୁଲତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.