ଭାଙ୍ଗିଲା ଗୁମାଡି ନଦୀର ଡାଏଭର୍ସନ ରୋଡ଼, ଯାତାୟତ ଠପ୍

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଗୋଟିଏ ଦିନର ବର୍ଷାରେ ବେହାଲ ଡାଏଭର୍ସନ ରାସ୍ତା । ତିଲୋରି ସ୍ଥିତ ଗୁମାଡି ନଦୀ ଡାଏଭର୍ସନ ରାସ୍ତାରେ ଦେଖିବାକୁ ମିଳିଛି କିଛି ଏଭଳି ସ୍ଥିତି । ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଠାରୁ ବୁଡାଗୁଡ଼ାକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତିଲୋରୀ ଦେଇ ଯାଇଥିବା ଗୁମାଡି ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ଯୋଗୁଁ ଲୋକଙ୍କ ଯାତାୟତ ନିମନ୍ତେ ଏକ ଡାଏଭର୍ସନ ରାସ୍ତା ନିର୍ମାଣ କରାଯାଇଛି । ହେଲେ ଅଧିକ ବର୍ଷା ଫଳରେ ନଦୀରେ ଅଧିକ ପାଣି ପ୍ରବାହିତ ଯୋଗୁଁ ନଦୀ ଉପରେ ହୋଇଥିବା ଡାଏଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି । ଫଳରେ ସିମନବାଡ଼ି ଠାରୁ ତିଲୋରୀ, ବୁଡ଼ାଗୁଡା ଓ ଗୁମିକିଆ ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ରୂପେ ବିଚ୍ଛେଦ ହୋଇଛି । ଉଭୟ ପଟୁ ଶହ ଶହ ଗାଡ଼ି ଗୁଡ଼ିକ ଠିଆ ହୋଇ ରହିଛି । ଲୋକେ ଯାତାୟତ କରି ପାରୁ ନାହାଁନ୍ତି । ଫଳରେ ୩ ଗୋଟି ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଯଥା ଶୀଘ୍ର ଡାଏଭର୍ସନ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ପୂର୍ତ୍ତ ବିଭାଗ ଏସଡିଓ ହରିହର ଦାସ ଙ୍କୁ ପଚାରିବାରୁ ସେ କହିଲେ ନଦୀରେ ଜଳ ପ୍ରବାହର ମାତ୍ରା କମିଲେ ଡାଏଭର୍ସନ କାର୍ଯ୍ୟ କରାଯିବ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.