ବିଷାକ୍ତ ସାପ ନେଲା ଦୁଇ କୁନି ଭାଇ-ଭଉଣୀଙ୍କ ଜୀବନ

ଓଡିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ରାତିରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡାରେ ଚାଲିଗଲା ଭାଇ ଭଉଣୀଙ୍କ ଜିବନ। ବଲାଙ୍ଗିର ସହର ଭିତରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ବଲାଙ୍ଗିର ସହରର ମାଲଗୋଦାମ ପଡାର ଅବଦୁଲ ରେହେମାନଙ୍କ ଦୁଇ ନାବାଳକ ପୁଅ, ଝିଅଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ରାତିରେ ଅବଦୁଲ୍ ଙ୍କ ତିନିଜଣ ପୁଅଝିଅ ମଶାରୀ ଟାଙ୍ଗୀ ତଳେ ଶୋଇଥିଲେ । ରାତି ପ୍ରାୟ ୧ ଟା ସମୟରେ ପିଲାମାନେ ଚିତ୍କାର କରିଥିଲେ, ଏହା ପରେ ଅବଦୁଲ ଏକ ବିଷାକ୍ତ ସାପ ଘର ଭିତରେ ଥିବା ଦେଖିଥିଲେ। ପିଲାଙ୍କୁ ପଚାରିଥିଲେ ସାପ କାମୁଡିଲାକି ? ସେମାନେ ମନା କରିଥିଲେ। କିଛି ସମୟପରେ ପିଲାମାନଙ୍କ ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଲା, ଆଉ ତାଙ୍କ ମୁହଁରୁ ଫେଣ ବାହାରିଥିଲା। ଏହା ଦେଖି ସଂଗେସଂଗେ ବାପା ଅବଦୁଲ ଉଭୟଙ୍କୁ ବଲାଙ୍ଗିର ଭିମଭୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ, ସେଠାରେ ଡ଼ାକ୍ତର ସେମାନଙ୍କୁ ଚିକିତ୍ସା କରୁଥିବା ସମୟରେ ମୃତ ଘୋଷଣା କରିଥିଲେ। ଏନେଇ ଡ଼ାକ୍ତରଖାନା ପୋଲିସ ବିଟ୍ ରେ ଅବଦୁଲ ଦୁଇ ନାବାଳକ ପୁଅ ଝିଅଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏକ ଏତଲା ଦେଇଥିଲେ। ବିଷାକ୍ତ ସାପ କାମୁଡାରେ ଦୁଇ ନାବାଳକଙ୍କ ଜୀବନ ଚାଲିଯିବା ଘଟଣା ମାଲଗୋଦମ୍ ପଡା ଅଞ୍ଚଳରେ ଜାଣିବା ପରେ ଅଞ୍ଚଳରେ ଶୋକର ସାୟା ଖେଳିଯାଇଛି। ଦୁଇ ନାବାଳକ ପୁଅ ଝିଅଙ୍କୁ ହରେଇ କାନ୍ଦ ବୋବାଳିରେ ଅବଦୁଲଙ୍କ ଘର ଫାଟି ପଡୁଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.