ବରିଷ୍ଠ ଯାଦବ ମୁରବୀ ନନ୍ଦ କିଶୋର ବେହେରାଙ୍କ ପରଲୋକ

ଓଡିଆ ବାର୍ତ୍ତା/ କଟକ ସଦର: ବୟାଳିଶ ମୌଜା ସ୍ଥିତ ପଟଣା ନିବାସୀ ବରିଷ୍ଠ ଯାଦବ ମୁରବୀ ନନ୍ଦ କିଶୋର ବେହେରାଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ଚାରି ପୁତ୍ର ଓ ଏକ କନ୍ୟା। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଶବ ଶୋଭାଯାତ୍ରାରେ ନିରଞ୍ଜନ ବେହେରା, ଦେବେନ୍ଦ୍ର ବେହେରା, ପର୍ଶୁରାମ ବେହେରା, ମହେଶ୍ୱର ବେହେରା, ପ୍ରତାପ ବେହେରା, ସୁରେନ୍ଦ୍ର ବେହେରା, ଅରୁଣ ବେହେରା, ଅସୀମ ଦାସ, ନବ କିଶୋର ପଲେଇ, ବିପିନ ବାରିକ, ସରୋଜ ବେହେରା, ଅକ୍ଷୟ ବାରିକ, ସିଦ୍ଧାର୍ଥ ବେହେରା, ରାଜେଶ୍ ବେହେରା, ସୁଭାଶିଷ ମହାନ୍ତି, ଆଶିଷ ବେହେରା, ପ୍ରଦୀପ ବେହେରା, ସୁଧାଂଶୁ ବେହେରା, ପ୍ରଶାନ୍ତ କୁମାର ପଲେଇ, ଝାରକଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଶିଶିର କୁମାର ରାଉତ, ସମିତି ସଭ୍ୟ ଜୟନ୍ତ ଦାସ, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ପର୍ଶୁରାମ ବେହେରା, ମନୋରଞ୍ଜନ ବେହେରା ଓ ଗ୍ରାମ ଯୁବକ ମାନେ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ମର୍ଯ୍ୟାଦାର ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଅଛି। ଜ୍ୟେଷ୍ଠ ପୁତ୍ର ନାରାୟଣ ବେହେରା ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.