ସକ୍ଷମ ସଂଗଠନର ସ୍ଥାପନା ଦିବସ ପାଳିତ

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଆରସିଏମ୍ ମହାବିଦ୍ୟାଳୟରେ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟରତ ରାଷ୍ଟ୍ରୀୟ ସଂଗଠନ ସକ୍ଷମ ଓଡିଶା ପୂର୍ବର ସ୍ଥାପନା ଦିବସ ଉତ୍ସବ ପାଳିତ ହୋଇଯାଇଛି। ସକ୍ଷମ ସଂଗଠନର ରାଷ୍ଟ୍ରୀୟ ଯୁବ ପ୍ରମୁଖ ଶ୍ରୀ ସଚିନ ପାଣ୍ଡେ, ଆରସିଏମ୍ ମହାବିଦ୍ୟାଳୟର ପିଜିଡ଼ିଏମ୍ ଡିନ୍ ଡ଼ଃ ମନୋଜ କୁମାର ଶତପଥୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପ ସଚିବ ଶ୍ରୀ ସନ୍ୟାସୀ ବେହେରା, ଉତ୍କଳ ବିଶ୍ବବିଦ୍ୟାଳୟର ଦାର୍ଶନିକ ବିଭାଗର ପ୍ରାଧ୍ୟାପକା ଡ଼ଃ ନନ୍ଦିନୀ ମିଶ୍ର, କାର୍ଟୁନିଷ୍ଟ ଓ ଓଡିଶା ପାରା ସ୍ପୋର୍ଟସ ଆସୋସିଏସନର ସଭାପତି ଶ୍ରୀ କମଳକାନ୍ତ ରଥ, ସକ୍ଷମ ସଂଗଠନର ସଭାପତି ଶ୍ରୀ ସତ୍ୟବ୍ରତ ସାହୁ, ସମ୍ପାଦିକା ଶ୍ରୀମତୀ ମନସ୍ମିତା ଜେନା, ଉପସଭାପତି ଶ୍ରୀ ଦିଲ୍ଲୀପ ପାତ୍ର, ମହିଳା ଶାଖା ଆବାହିକା ଶ୍ରୀମତୀ ନିବେଦିତା ଶତପଥୀ, ଯୁବ ପ୍ରମୁଖ ଶ୍ରୀ ଆୟୁଷ୍ମାନ ଚୌଧୁରୀ, କାର୍ଯ୍ୟକର୍ତ୍ତା ଶ୍ରୀ ଅଶ୍ବିନୀ ମୁଦୁଲି ଓ ଶ୍ରୀ ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କୁ କିପରି ସ୍ବାବଲମ୍ବୀ କରି ସମାଜର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରାଯାଇପାରିବ, ସେଥିପାଇଁ ଉଦ୍ଦିପନାଦାୟକ ଆଲୋଚନା କରିଥିଲେ। ତତସହିତ ହେଲ୍ପ ର ସଭାପତି ଶ୍ରୀ ଗିରିଧାରୀ ପ୍ରସାଦ ନାୟକ ଓ ସଂଗଠନର ସଂଯୁକ୍ତ ସଚିବ କ୍ୟାପ୍ଟେନ ଜିତେନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ରହି ସକ୍ଷମ ସଂଗଠନର କାର୍ଯ୍ୟରେ ଏକ ମଜବୁତ ସାମାଜିକ ପରିବର୍ତ୍ତନ ଆଣିବା ଉଦ୍ୟମକୁ ସ୍ନେହ, ସମ୍ମାନ ଓ ସହଯୋଗ ଦେଇଥିବା ପାଇଁ ଗର୍ବ ବ୍ୟକ୍ତ କରିଥିଲେ ଏବଂ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ଉପାଧ୍ୟକ୍ଷ ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇ ତାଙ୍କ ଉଦବୋଧନରେ ସକ୍ଷମ ସଂଗଠନର ଉଲ୍ଲେଖନୀୟ କାର୍ଯ୍ୟକଳାପ ପ୍ରଶଂସା କରି, ଏହାକୁ ଏକ ଆଦର୍ଶ ରୂପରେ ଅନ୍ୟ ସଂଗଠନମାନେ ଅନୁସରଣ କରିପାରନ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୌଶଳ ଓ ପାରଦର୍ଶିତା ପ୍ରଦର୍ଶନ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ଓ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ପୁରସ୍କୃତ ହୋଇଥିଲେ।ସମାପନରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଆନନ୍ଦଦାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.