ଅନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ତସକରି ବିରୋଧ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
ଥୁଆମୂଳ ରାମପୁର ସ୍ଥିତ ମା ମାଣି କେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ‘ଅନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ତସକରି ବିରୋଧ ଦିବସ’ ପାଳିତ ହୋଇଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ଗୃହ ବିଭାଗ ତରଫରୁ ସ୍ଥାନୀୟ ଥୁଆମୂଳ ରାମପୁର ପୋଲିସ ଷ୍ଟେସନ ଆନୁକୂଲ୍ୟ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ପୋଲିସ ଅଧିକାରୀ ଶ୍ରୀ କୈବଲ୍ୟ ସେଠ ସଭାପତିତ୍ୱ କରିଥିଲେ। ବିଶେଷକରି ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ନିଶାରେ ଆସକ୍ତ ହେଉଛନ୍ତି ଓ ତାର ପ୍ରତି ବଦଳରେ ଅନେକ ଅଘଟଣ ଘଟିବା ସଂଗେ ସଂଗେ ଜୀବନ ନଷ୍ଟ ହେଉଛି ଓ ଧୀରେ ଧୀରେ ଏହା ଏକ ସାମାଜିକ ବ୍ୟାଧି ଭାବରେ ମୁଣ୍ଡ ଟେକୁଛି। ସେହି ସମ୍ପର୍କରେ ସଭାରେ ଆଲୋଚନା କରାଯାଇଥିଲା। ନିଶା କବଜାରୁ କିଭଳି ଆମେ ମୁକ୍ତ ହୋଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବୁ ଓ ବିଶେଷକରି ଅବୈଧ ତସକରିରୁ ସମାଜକୁ ମୁକ୍ତ କରାଯିବ ।ସେହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ସରକାରୀ ଡିଗ୍ରୀ କଲେଜ ଅଧ୍ୟାପକ ବଳଭଦ୍ର ବାଗ, ପରୀକ୍ଷିତ ମାଝୀ, +୨ କଲେଜ ଅଧ୍ୟାପକ ଶେକ ଅଖଟର, ଉଦ୍ଧବ ବାରିକ, ଗ୍ରନ୍ଥାଗାର ପ୍ରଶାନ୍ତ ମୁଣ୍ଡଛିନା, ସନାତନ ନାଏକ ଙ୍କ ସହିତ ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ସଚେତନତା ସମାଜର ପ୍ରତ୍ୟେକ ଲୋକଙ୍କୁ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆଗ୍ରହ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.