ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶାଦ୍ରବ୍ଯ କାରବାର ବିରୋଧି ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସ୍ଥାନୀୟ ସଂସ୍କୃତି ଭବନ ଠାରେ ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶା ଦ୍ରବ୍ଯ କାରବାର ବିରୋଧୀ ଆନ୍ତର୍ଜାତିକ ଦିବସ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପ-ନିର୍ଦ୍ଦେଶକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ରାୟଗଡ଼ ଶ୍ରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମନସ୍ତାତ୍ଵିକବିତ ଡ଼. ରାକେଶ ରଞ୍ଜନ ପାଢୀ ଓ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚାସୀନ ରହିଥିଲେ । ଆଜିର ନିଶାଯୁକ୍ତ ପୃଥିବୀରେ ତେର ଶତକଡାରୁ ଅଧିକ ୨୦ ବର୍ଷରୁ କମ ବୟସ୍କ ଯୁବ ସମାଜ ବିଭିନ୍ନ ଧରଣର ନିଶାର କବଳରେ ନିଜକୁ ସମର୍ପିତ କରୁଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହାକୁ ଆନନ୍ଦ ଓ ପ୍ରମୋଦ ପାଇଁ ପ୍ରାରମ୍ଭ କରନ୍ତି ଯାହା ପରେ କୁ-ଅଭ୍ଯାସରେ ପରିଣତ ହୋଇଯାଏ । ସମାଜର ହିତ ପାଇଁ ଦୀର୍ଘ ଦିନ ବଞ୍ଚିବାକୁ ହେଲେ ନିଶା ଠାରୁ ଦୂରରେ ରହି ସୁସ୍ଥ ଶରୀର, ଉତ୍ତମ ପୋଷଣର ଅଭ୍ୟାସ ଜାରି କରିବାକୁ ହେବ । ସମସ୍ତ ଅତିଥି ବୃନ୍ଦ ସମୃଦ୍ଧ ଓଡିଶା ସୁସ୍ଥ ଓଡିଶା ଗଠନ ନିମନ୍ତେ ନିଷାମୁକ୍ତ ରହିବାର ବାର୍ତ୍ତା ଦେବା ସହ ଏହାର କୁପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ହାତରେ ପ୍ରଚାରପତ୍ର ସହ ସ୍ଲୋଗାନ କରି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯାହା ଆରକ୍ଷୀ ଅଧିକ୍ଷକ, ସ୍ଵାତି ଏସ କୁମାର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଶୁଭାରମ୍ଭ କରିବା ସହ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଏହି ଶୋଭାଯାତ୍ରାରେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅବକାରୀ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଅନ୍ୟ ବିଭାଗୀୟ କର୍ମକର୍ତ୍ତା ତଥା ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ନୀଳାଞ୍ଚଳ ମିଶ୍ର ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.