ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ର କୁଡ଼ୁତୁଲି ପଞ୍ଚାୟତ ର ଶ୍ରୀରାମ ପଲ୍ଲୀ ତଳ ସାହି ର ରାସ୍ତା ମରଣ ଜନ୍ତା ପାଲଟି ଯାଇଛି । ସାହି ରେ 40 ଘର ପରିବାର ଜନଗହଳିପୂର୍ଣ ଏହି ରାସ୍ତା କାମ ପ୍ରତି ପ୍ରଶାସନ ଦୃଷ୍ଟି ପଡୁ ନାହିଁ। ପଞ୍ଚାୟତ କାମ ଠୁ ଆରମ୍ଭ କରି ବ୍ଳକ୍ ଏବଂ କଲେଜ, ସ୍କୁଲ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ରାସ୍ତା ଅବସ୍ଥା ମାଟି କାଦୁଅ ରେ ଶୋଚନୀୟ ହୋଇଥିବା ହେତୁ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ବର୍ଷା ହେଲେ ଖାଲରେ ପାଣି ଜମି ରହୁଥିବାରୁ ଦୁର୍ଘଟଣା ଘଟୁଛି। ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିବା ସତ୍ତ୍ୱେ ବିଭାଗରେ ଅଭିଯୋଗ କଲେବି କେହି ଶୁଣୁ ନାହାନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି। ସରପଞ୍ଚ କୁ କହିଲା ପରେ ସେ କହୁଛନ୍ତି କି ବୁଝିବା ପରେ କଣ ହୋଇପାରିବ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ଅଭିମନ୍ୟୁ ବେହେରଦଳାଇ, ସାରଙ୍ଗଧର ପାତ୍ର, ସୂର୍ଯ୍ୟ ପାତ୍ର, ବିରୁ ପକ୍ଷ୍ୟା ବେହର୍ଡଳାଇ, ଦକ୍ଷ ବେହର୍ଡାଲାଇ, ଧିରେନ୍ ସାହୁ, କିଶୋର ପାତ୍ର ଙ୍କ ବୟାନ ଯେ ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ ନ ହେଲେ ଆମେ ରଜ ରାସ୍ତା ଅବରୋଧ କରିବୁ ।