ଛତ୍ରପୁର ଠାରୁ ବାଘଳା ପର୍ଯ୍ୟନ୍ତ ଆରଡ଼ି ରାସ୍ତାର ଅବସ୍ଥା ଖରାପ, ତୁରନ୍ତ ଧ୍ୟାନ ନଦେଲେ ଆନ୍ଦୋଳନ ଚେତାବନୀ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ସଦର ମହାକୁମା ଛତ୍ରପୁର ଠାରୁ ବାଘଳା ଆରଡ଼ି ମୁଖ୍ୟ ରାସ୍ତା ର ଅବସ୍ଥା ଅତ୍ୟନ୍ତଶୋଚନୀୟ ହୋଇ ପଡିଥିବା ରୁଗାଈଗୋରୁ, ଜନତା ଓ ଗାଡି ମୋଟର ର ସମସ୍ତ ଙ୍କ ଯାତାୟାତ ରେ ସମ୍ପୂର୍ଣ୍ଣ ଅସୁବିଧା ହେଉଛି | ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବାରୁ ଏବଂ କିଛିଦିନ ହେଲା ବର୍ଷା ଲାଗି ରହି ଥିବାରୁ ସେହି ରାସ୍ତାରେ ଯାତାୟାତ ରେ ଘୋର ଅସୁବିଧା ହେଉଅଛି | ସେହି ରାସ୍ତା ଦେଇ ପ୍ରତେକ ଦିନ ଏକହଜାର ରୁ ଉର୍ଦ୍ଧ ଲୋକ ଏବଂ 100 ରୁ ଅଧିକ ଦୁଇଚକିଆଯାନ,ସରକାରୀ ମୋବସ,ଘରୋଇ ବସ ଅଟୋ, ଟ୍ରକ,ବୋଲରାପ୍ରତେହ ଯିବା ଆସିବା କରନ୍ତି | ଏହି ପାଖ ଗାଁ ଗୁଡିକ ଯଥା ପାଲିଆମା, ମହାନାଦ ପୁର, ଖୁରିଗାଁ, ବାଘଳା , କୁସୁପୁର ଗ୍ରାମବାସୀ ମାନଙ୍କ ସହିତ ଏବେ ସ୍କୁଲ କଲେଜ ଛାତ୍ର, ଛାତ୍ରୀ, ଚାକିରିଆ, ବ୍ୟବସ୍ୟାୟି କରିବାକୁ ଯୁବକ ଙ୍କ ଠାରୁ ବହୁଲୋକ ଏହି ରାସ୍ତାଡେଇ ଛତ୍ରପୁର ପର୍ଯ୍ୟନ୍ତଯାତାୟାତ କରିଥାନ୍ତି | କିନ୍ତୁ ରାସ୍ତାରେ ଖାଲଖମା ହେତୁ ସେହି ଖାଲରେ ପାଣି ଜମି ଯିବାହେତୁ ଯିବା ଆସିବାରେ ବହୁ ଅସୁବିଧା ଓ ଛୋଟ ବଡ଼ ଦୁର୍ଘଟଣା ଘଟୁଛି | ଏହା ଉପରେ ଗତ ଦୁଇ ବର୍ଷ ତଳେ ବିଭାଗୀୟ ବ୍ରହ୍ମପୁର ଡିଭିଜନ ଅଧିକାରୀ ଛତ୍ରପୁର ଅଧିକାରୀ ଙ୍କ ସହ ଗଞ୍ଜାମ ଜିଲ୍ଲା ପାଳ ଙ୍କୁ ମଧ୍ୟ ଲିଖିତ ଆକାର ରେ ଜଣାଇ ଥିଲେ | ତେବେ ଜିଲ୍ଲା ପାଳ ଙ୍କ ନିର୍ଦେଶ ରେ ବିଭାଗୀୟ ଯେଇ ସେହି ରାସ୍ତାର କିଛି ଖାଲ ସ୍ଥାନରେ ମୋରମ , ମାଟି ପକାଇ ଦେଇ ତାଙ୍କ କାମ ସାରି ଦେଇଥିଲେ | ଏବଂ ତୁରନ୍ତ ଏହା ଉପରେ ଟେଣ୍ଡର ହେବ ଏବଂ ଏହି ରାସ୍ତା ପିଚୁ ପଡିବ ବୋଲି କହି ଥିଲେ | ତେବେ କେବେ ଟେଣ୍ଡେର ହେବ ଆଉ କେବେ ପିଚୁ ପଡିବ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି | ଲୋକଙ୍କ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଈଁ ଏପରି ମିଠା କଥା କହି ଛୋଟ ପିଲାଙ୍କୁ ଲଲି ଟପ ଦେଇ ଭଣ୍ଡାଇଲା ପରି ଲୋକଙ୍କୁ ଭଣ୍ଡାଇ ଚାଲିଛନ୍ତି | ତେଣୁ ବିଭାଗୀୟ ବ୍ରହ୍ମପୁର ଡିଭିଜନ ଛତ୍ରପୁର ଡିଭିଜନ ଅଧିକାରୀ ମାନେ ଗୁରୁତ୍ୱ ନଦେଲେ ଆଗାମୀ ଏକ ମାସ ମଧ୍ୟରେ ଗ୍ରାମବାସୀ ମାନେ ରାଜ ରାସ୍ତା ଅବରୋଧ କରିବେ, ସେତେବେଳେ ଯଦି କୌଣସି ଅପ୍ରୀତି କର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ସରକାର ଓ ବିଭାଗୀୟ ଅଧିକାରୀ ହିଁ ଦାୟୀ ରହିବେ ବୋଲି ଗ୍ରାମବାସୀ ମାନେ ଜଣାଇ ଛନ୍ତି | ସେମାନେ ଏହା ଉପରେ ଲିଖିତ ଦରଖାସ୍ତ ଗଞ୍ଜାମ ଜିଲ୍ଲାପାଳ, ଗ୍ରାମ୍ୟ ଉର୍ନ୍ନୟନ ନିର୍ବାହୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ ବ୍ରହ୍ମପୁର ଓ ଛତ୍ରପୁର ଡିଭିଜନ କୁ ଏବଂ ସ୍ଥାନୀୟ ଥାନାକୁ ମଧ୍ୟ ପଠାଇ ଦେଇ ଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.