ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିରର ବାଟିକା ବିଭାଗ ର ଛାତ୍ର ଛାତ୍ରୀ ମାନେ ଶନିବାର ରଥଯାତ୍ରା କରିଛନ୍ତି। ରଥ ଯାତ୍ରା ଦିନ ବିଦ୍ୟାଳୟ ଛୁଟି ଥିବାରୁ ସେମାନେ ବିଦ୍ୟାଳୟ ଆସିପାରି ନଥିଲେ। ଏଣୁ ଆଜି ଶନିବାର ଆଚାର୍ଯ୍ୟା ପୁଷ୍ପାଞ୍ଜଳି ପାଢ଼ୀ, ମନୋରମା ପତି, ସରୋଜିନୀ ସାହୁ, ଆଚାର୍ଯ୍ୟ ଟୁକୁଲାଲ ଭୋଇଙ୍କ ନେତୃତ୍ବରେ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛାତ୍ର ଛାତ୍ରୀ ମାନେ ଠାକୁର ରାଜା ଗଜପତି, ପଣ୍ଡା ଭୂମିକାରେ ବେଶ ପରିପାଟୀ ହୋଇ ଘଣ୍ଟ ଶଙ୍ଖ ବଜାଇ ଛେରା ପହଁରା କରି ତିନି ଠାକୁରଙ୍କୁ ପହଣ୍ଡି କରି ରଥରେ ବସାଇ ରଥ ଟାଣିଥିଲେ। ବାଟିକା ବିଭାଗର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ଦୋକାନ କରି ବିଭିନ୍ନ ଖେଳଣା ସାମଗ୍ରୀ ସବୁ ବିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା। ଶେଷରେ ତିନି ଠାକୁରଙ୍କୁ ରଥରୁ ଓହ୍ଲାଇ ଅନ୍ୟ ଏକ ଶ୍ରେଣୀ କୋଠରୀରେ ମାଉସୀ ମନ୍ଦିର କରି ରଖିଥିଲେ। ଅଭିଭାବକ ଓ ଦର୍ଶକ ନର୍ଲା ଶିଶୁ ବିଦ୍ୟା ମନ୍ଦିରର ବାଟିକା ବିଭାଗ ତରଫରୁ କୁନି କୁନି ଛାତ୍ରଛାତ୍ରୀଙ୍କ ଏହି ଅବିନବ ରଥ ଯାତ୍ରାକୁ ମନଭରି ଉପଭୋଗ କରିଥିଲେ।