ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ରାୟଗଡା ଶାଖା ପକ୍ଷରୁ ଘୋଷଯାତ୍ରାରେ ଅନ୍ନ ପ୍ରସାଦ ବିତରଣ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ସଦର ଶ୍ରଦ୍ଧା ଶ୍ରୀକ୍ଷେତ୍ରର ଘୋଷଯାତ୍ରା ଅବସରରେ ଭାରତୀୟ ସାମ୍ବାଦିକ ସଙ୍ଘ (ଆଇ.ଜେ.ୟୁ) ସହ ଅନୁବନ୍ଧିତ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲ୍ୟୁଜେ) ରାୟଗଡା ଶାଖା ପକ୍ଷରୁ ସଭାପତି ଶ୍ରୀ ଖଗେଶ୍ୱର ସିଂଙ୍କ ତତ୍ୱାବଧାନରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ସହକାରୀ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡମ୍ବୁରୁଧର ପଣ୍ଡା, ପୌର ଅଧ୍ୟକ୍ଷ ମହେଶ୍ୱର ପଟ୍ଟନାୟକ, ସଦର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ସମାଜସେବୀ କେ.ନରି, କିଣ୍ଟାଲ ଶ୍ରୀନିବାସ ରାଓ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଖଗେଶ୍ୱର ସିଂ, ଉପ ସଭାପତି ପ୍ରସାଦ ଲିମା ଓ ଗୌରୀ ଶଙ୍କର, ସାଧାରଣ ସମ୍ପାଦକ ସୁପ୍ରିୟା ଷଢଙ୍ଗୀ, ସମ୍ପାଦକ ଚିତ୍ତରଞ୍ଜନ ନାୟକଙ୍କ ସମେତ ସଂଘର କାର୍ଯ୍ୟକର୍ତ୍ତା ଓ ସାମ୍ବାଦିକମାନେ ଉପସ୍ଥିତ ରହି ପ୍ରାୟ ୩ ହଜାର ଲୋକଙ୍କୁ ଅନ୍ନ ପ୍ରସାଦ ଭାବେ ପୁଲିହାରୀ ବିତରଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.