ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜ୍ଞାନ ଫଳକ ଉଦ୍‌ଘାଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶବ୍ଦ ଭଣ୍ଡାର ବୃଦ୍ଧିପାଇଁ ଆଜି ରୁଗୁଡ଼ିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଚନ୍ଦନ ଜଗଦଲାଙ୍କ କରକମଳରେ ବିଦ୍ୟାଳୟର “ଜ୍ଞାନ ଫଳକ” ରୂପୀ ବୋର୍ଡ ଉଦ୍‌ଘାଟିତ ହୋଇ ଯାଇଛି। ଏହି ଫଳକରେ ପ୍ରତ୍ୟହ ଗୋଟିଏ ଶବ୍ଦକୁ ତିନିଗୋଟି ଭାଷା ଯଥା ଓଡ଼ିଆ ଇଂରାଜୀ ଓ ହିନ୍ଦୀରେ ଲେଖାଯିବ ଯାହାକୁ କି ଛାତ୍ରଛାତ୍ରୀମାନେ ସବୁଦିନ ନିଜ ନିଜ ଖାତାରେ ଲେଖିନେବା ସଙ୍ଗେ ସଙ୍ଗେ ପଢିବାଦ୍ୱାରା ତାଙ୍କର ଶବ୍ଦ ଭଣ୍ଡାର ବୃଦ୍ଧି ହେବାର ଆଶା କରାଯାଉଥିବା ସ୍କୁଲ୍ ଶିକ୍ଷକ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ର ସଂସଦର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲାଲଚାନ୍ଦ ରଣା, ଗ୍ରାଜୁଏଟ୍ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା, ଶିକ୍ଷକ ବୀରେନ୍ଦ୍ର ବରିହା ଓ ମୁକେଶ ରଂଜନ ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ଵାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ମାନଭଞ୍ଜନ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭିନବ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଂଜୟ ବାଘ ଭୂରି ଭୂରି ପ୍ରସଂଶା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.