ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଅସନ୍ତୋଷ ପରିପ୍ରକାଶ 

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଛାତ୍ରାବାସରେ ମାଗଣାରେ ରହିବା ଖାଇବା, ପାଠ୍ୟ ପୁସ୍ତକ, ପୋଷାକ ଆଦି ଯୋଗାଇ ଦିଆଯାଉଛି ହେଲେ ଦୈନିକ ଚଳଣି ପାଇଁ ଛାତ୍ରଛାତ୍ରୀ ମାନେ ବାଲଟି, ମଗ, ଟ୍ରେ ଓ ଅନ୍ୟାନ୍ୟ ଚଳଣି ଜିନିଷ ନିଜ ନିଜ ଟ୍ରଙ୍କରେ ରଖିଥାନ୍ତି। ଏନେଇ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବା ବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ, କିନ୍ତୁ ଅନେକ ସମୟରେ ଅଭିଭାବକ ଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ର ମାନେ କେତେବେଳେ ସହପାଠୀ ତ ଆଉ କେତେବେଳେ ନିଜ ଗୁରୁଙ୍କ ଦ୍ୱାରା ନିଯ୍ୟାତନା ପାଉଥିବା ଦେଖିବାକୁ ମିଳେ। ହେଲେ ଏବେ ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଖରାଛୁଟିରେ ଛାତ୍ରାବାସ ମରାମତି କରାଯିବା ବେଳେ ଠିକାଦାର ଜଣକ ଛାତ୍ରାବାସରେ ଛୁଟିରେ ଯାଇଥିବା ଛାତ୍ରୀଛାତ୍ରଙ୍କ ପୋଷାକ, ପାଠ୍ୟ ପୁସ୍ତକ, ବ୍ୟବହାର ସାମଗ୍ରୀ ଖାତା, ପେନ, ପେନସିଲ, ଖାଇବାକୁ ରଖିଥିବା ଟ୍ରେ, ଗ୍ଲାସ ଆଦିକୁ ଫିଙ୍ଗି ନଷ୍ଟ କରିଦେଇଛନ୍ତି, ଯାହାକି ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ଆସି ପହଞ୍ଚି ଦେଖିଲା ବେଳେ ତାଙ୍କ ଟ୍ରଙ୍କ ସମେତ ସମସ୍ତ ସାମଗ୍ରୀ ଫିଙ୍ଗି ନଷ୍ଟ କରିଦିଆଯାଇଛି। ଏବେ ଛାତ୍ରଛାତ୍ରୀ ମାନେ ତାଙ୍କ ସାମଗ୍ରୀ ଖୋଜୁଥିବା ବେଳେ ମିଳୁନାହିଁ। ସେମାନେ ମନ ଦୁଃଖରେ କାନ୍ଦିବା ସହ ତାଙ୍କ ଅଭିଭାବକ ମାନଙ୍କୁ ପୁଣି ସମସ୍ତ ସାମଗ୍ରୀ କିଣିଦେବାକୁ କହିବା ବେଳେ ଅଭିଭାବକଙ୍କ ନିକଟରେ ଅର୍ଥର ଅଭାବ ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିବା ଜଣେ ଭ୍ରମରବାଡ଼ି ଅଞ୍ଚଳର ଅଭିଭାବକ ଅଭିଯୋଗ କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା, ହେଲେ ତାଙ୍କ ଫୋନ ସୁଇଚ ଅଫ ରହିଥିବାରୁ ଯୋଗାଯୋଗ ହୋଇପାରିନାହିଁ। ଶୁକ୍ରବାର ରଥଯାତ୍ରା ଏବଂ ଶନିବାର ଓ ରବିବାର ରହିଥିବାରୁ କୌଣସି ଶିକ୍ଷକ ଉପସ୍ଥିତ ନଥିବା ଅଭିଭାବକ ସୁଦର୍ଶନ ପ୍ରଧାନ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ସପ୍ତମ ପାସ କରି ଅଷ୍ଟମରେ ଏବେ ପଢିବେ କିନ୍ତୁ ତାଙ୍କର ସାମଗ୍ରୀ ଗୁଡିକ ଫିଙ୍ଗି ଦିଆଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ତେବେ କେବଳ ସୁଦର୍ଶନଙ୍କ ପୁଅ ନୁହଁ ଉକ୍ତ ଶ୍ରେଣୀର ସମସ୍ତ ଛାତ୍ରାବାସ ଛାତ୍ରଙ୍କ ସମଦଶା ଘଟିଛି ବୋଲି ଏକ ଗୁରୁତର ଅଭିଯୋଗ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.