କ.ନୂଆଗାଁରେ ଚୋରଙ୍କ ଉପଦ୍ରବ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଧିନରେ ଚଳିତ ମାସରେ ଦୁଇ ଦୁଇ ଥର ଚୋରି ହୋଇ ଥିବା ବେଳେ ପୁଣି ଗତ ରାତିରେ ସ୍ଥାନୀୟ ଅଞ୍ଚଳର ବହୁ ପୁରାତନ ଆରାଧ୍ୟ ଦେବ ରାମେଶ୍ବର ମନ୍ଦିରରେ ଚୋରି ଉଦ୍ୟମ କରି କିଛି ନନେଇ କେବଳ ଉପଦ୍ରବ କରିଛନ୍ତି। ଏହି ମାସ ଆରମ୍ଭରେ ସୁରାପାଙ୍ଗା ଠାରେ ଦିନ ଦିପହରେ ଚୋରି ହୋଇଥିଲା।ପରେ ଚଣାପଦର ଜିଓ ଟାୱାର ନିକଟରେ ଘର କରି ରହୁଥିବା ଦେବେନ୍ଦ୍ର ମହାପାତ୍ରଙ୍କ ଦୋକାନରୁ ଚୋରି ହୋଇ ଥିବା ଥାନାରେ ଏତଲା ‌ହୋଇଛି। ପୁଣି ଆଜି ରାମେଶ୍ବର ମନ୍ଦିର ସେବକ ସକାଳୁ ସେବା କରିବା ପାଇଁ ଆସି ଦେଖିଲା ଚୋରମାନେ ମନ୍ଦିରର ତିନୋଟି ଗ୍ରୀଲ ତାଲା ଭାଙ୍ଗି କୁରାଢ଼ିରେ କାଠ କବାଟକୁ ହାଣି କଣା କରି ଚୋରି ଉଦ୍ୟମ କରି ଥିବା ଗ୍ରାମରେ ପ୍ରକାଶ କରି ଥିଲେ।ପରେ ମନ୍ଦିର ପରିଚାଳନା କମିଟି ପୋଲିସକୁ ଖବର ଦେଇ ସମସ୍ତଙ୍କ ଉପସ୍ଥିତିରେ ଅନୁସନ୍ଧାନ କଲେ। ଚୋର ଗର୍ଭଗୃହ ଭିତରକୁ ଯାଇନପାରି ଲୁହା ରଡ଼ ବ୍ଯବହାର କରି ରୋଷଶାଳା ତାଲା ଭାଙ୍ଗି ଉପଦ୍ରବ କରିଛନ୍ତି। ପୋଲିସ ପେଟ୍ରୋଲିଂ ସତ୍ତ୍ୱେ ଚୋର ମାନେ ବାରମ୍ବାର ଚୋରି କରି ପୋଲିସକୁ ଚାଲେଞ୍ଜ ଦେଇଥିବା ବେଳେ ରାମେଶ୍ବର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଉପ ସଭାପତି ବିକ୍ରମ ବିଶି ମାଝୀ, କୋଷାଧ୍ୟକ୍ଷ ଅଚ୍ୟୁତ ବେହେରା, ବରିଷ୍ଠ କର୍ମକର୍ତ୍ତା ସଦାନନ୍ଦ ବିଶି ମାଝୀ, ଗୋପିନାଥ ପାତ୍ର, ଦେବରାଜ ପାତ୍ର ଓ ବାଳକୃଷ୍ଣ ସାହୁ ପ୍ରମୁଖ ପେଟ୍ରୋଲିଂକୁ ଜୋରଦାର କରି ଚୋରକୁ ଠାବ କରିବା ପାଇଁ ଏକ ଲିଖିତ ଅଭିଯୋଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦାଃଙ୍କୁ ଦେଇ ଥିବା ବେଳେ ଖୁବଶୀଘ୍ର ତଦନ୍ତ କରି ଚୋରକୁ ଧରାଯିବ ବୋଲି ଥାନା ଅଧିକାରୀ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.