ଯାଦବ ସମ୍ପ୍ରଦାୟ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ: ଭବାନୀପାଟଣା ସହର ଯାଦବଙ୍କ ଦ୍ୱାରା ଟାଉନ ଥାନାରେ ମାମଲା ରୁଜୁ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହର ଯାଦବଙ୍କ ଦ୍ୱାରା ଆଜି ସ୍ଥାନୀୟ ଟାଉନ ଥାନା ଠାରେ ଯାଦବ ସମ୍ପ୍ରଦାୟକୁ ଜଣେ ଲୋକ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ ଗତ ଜୁନ ୨୭ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ଚିନାଜୁରୀ ଗାଁର ନିତେଇ ପାଲ ନାମକ ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି ‘ଯାଦବ ଦେଶଦ୍ରୋହୀ’ ବୋଲି ତାଙ୍କ ଫେସବୁକ ଏକାଉଣ୍ଟରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ, ଯାହାକି ସମଗ୍ର ଯାଦବ ସମାଜକୁ ଗଭୀର ଆଘାତ ଦେବାସହ ସମ୍ମାନନହାନୀ ହୋଇଛି। ଏନେଇ ଭବାନୀପାଟଣା ସହର ଯାଦବଙ୍କ ପକ୍ଷରୁ ଭବାନୀପାଟଣା ଟାଉନ ଥାନା ଠାରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଧାରା ୧୯୨, ୨୯୯, ୩୫୬ ଏବଂ ୩୫୩ ସହ ଆଇଟି ଆକ୍ଟ ୨୦୦୦ କୁ ଆଧାର କରି ଭିତ୍ତିହୀନ ଲେଖା ପୋଷ୍ଟ କରିଥିବାରୁ ଶ୍ରୀ ପାଲଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପୀତବାସ ବେହେରା, ରାଜେଶ ଗୌଡ଼, ନଳିନୀ ରଞ୍ଜନ ରାଉତ, ସତ୍ୟ ନାରାୟଣ ବିଶି, ମନୋଜ କୁମାର ବାଗ, ଲଷ୍ମୀ ରଞ୍ଜନ ବାଗ, ଅଶ୍ୱିନୀ ଚନ୍ଦନ, ସିଦ୍ଧାର୍ଥ ନାୟକ, ରାଧେ ରାଉତ, ଧର୍ମାନନ୍ଦ ବଗର୍ତ୍ତି, ଅରୁଣ ବାଗ, କ୍ରିତିକାନ୍ତ କାଣ୍ଡ ଓ ଦୀପନ୍ତ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଦୋଷୀ ବିରୁଦ୍ଧରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ତାହା ଆଗାମୀ ଦିନରେ ଜଣା ପଡ଼ିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.