କେସିଙ୍ଗାରେ ଛତ୍ରପତି ସାହୁଜୀ ମହାରାଜଙ୍କ ଜନ୍ମଜୟନ୍ତୀ ସମାରୋହ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ତଥା ସଂରକ୍ଷଣର ଜନକ ଛତ୍ରପତି ରାଜର୍ଷି ସାହୁଜୀ ମହାରାଜଙ୍କ ଜନ୍ମଜୟନ୍ତୀ ସମାରୋହ ମୂଳନିବାସୀ ବହୁଜନ ମିଳିତ ମହାସଂଘ କର୍ମଚାରୀ ବିଭାଗ ତରଫରୁ  କେସିଙ୍ଗା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ଗୃହରେ ଅନୁଷ୍ଠିତ  ହୋଇଯାଇଛି। ମହାସଂଘ କର୍ମଚାରୀ ବିଭାଗର ରାଜ୍ୟ ସଭାପତି ଗୁରୁଚରଣ ଛତ୍ରପାଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘ କଳାହାଣ୍ଡି ଜିଲ୍ଲା ସଭାପତି ସଚିଦାନନ୍ଦ ମହାଖୁଡ଼, ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ ମେଶ୍ୱା, ବରଗଡ଼ ଜିଲ୍ଲା ସଭାପତି ବିକ୍ରମ ଛତର, ଉପଦେଷ୍ଟା ଜଗଦୀଶ ଯାଦବ, ଧନୁର୍ଯ୍ୟ ନାଏକ, ରାଜ୍ୟ ଉପସଭାପତି ଲିଙ୍ଗରାଜ ଆଜାଦ, କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯତୀନ୍ଦ୍ର କର, ଉପସଭାପତି ତୀର୍ଥ ବୁଦ୍ଧିଆ, ବରୁଣ ଛତ୍ରିଆ, ଜୟପ୍ରକାଶ ଜାଲ, ସାଧାରଣ ସମ୍ପାଦକ ସତ୍ୟ ମାହାର, ସଂପାଦକ ଅଞ୍ଜୁ କୁମାର, ଦିଗାମ୍ବର ଲୁହା, ଯୁବ ସଭାପତି ଡାକେଶ୍ୱର ଲହଜଲ, ‘ନବସେତୁ’ର ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଶ୍ରୀବତ୍ସ ତାଣ୍ଡି, ଏମ. ଡି ଆଗାଜାନ, ନରସିଂହ ନିଆଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ପାଇକ ସ୍ୱାଗତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରାଜ୍ୟ ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ, ତ୍ରିନାଥ ନାଏକ, ଲୋକନାଥ କୁମାର, ଯୁଧିଷ୍ଠିର ଭଗତ, ପୃଥ୍ଵୀରାଜ ତାଣ୍ଡି ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ପରିଶେଷରେ ମଧୁସୂଦନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ବଉଦ, ସୋନପୁର, ସମ୍ବଲପୁର ସମେତ ଅନ୍ୟାନ୍ୟ ଜିଲ୍ଲାରୁ ମହାସଂଘର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.