ନର୍ଲାରେ ସମ୍ପନ୍ନ ହେଲା ଦ୍ଵିତୀୟ ଦିନ ରଥଯାତ୍ରା; ଅନୁକୁଳ ପାଗ ଯୋଗୁଁ ପ୍ରବଳ ଭକ୍ତ ସମାଗମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଆଜି ଦ୍ଵିତୀୟ ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଗତକାଲି ରଥଯାତ୍ରା ଅଧାରେ ଅଟକି ଯାଇଥିଲା। ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ଆତିଥେୟ ଗ୍ରହଣ କରି ପଞ୍ଚାୟତ ବଜାର ଗୃହରେ ଅଟକି ଥିଲେ ଚତୁର୍ଦ୍ଧା ମୂର୍ତ୍ତି। ଆଜି ଠାକୁରଙ୍କୁ ଦିନ ତମାମ ଭୋଗରାଗ ଦେଇ ପୂଜାପାଠ କରିଥିଲେ ଭକ୍ତ। ଅପରାହ୍ନ ୫.୩୦ ସମୟରେ ପୁଣି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ପରିଚାଳନା କମିଟିର ସଭାପତି ଚିରଞ୍ଜିବୀ ଗୋଉଡ଼ିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଦ୍ଵିତୀୟ ଦୀନ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଅନୁକୂଳ ପାଗଯୋଗୁଁ ଅନେକ ଉତ୍ସାହ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ନର୍ଲା ରେ ସମ୍ପନ୍ନ ହୋଇଛି ଦ୍ଵିତୀୟ ଦିବସର ରଥଯାତ୍ରା। ସନ୍ଧ୍ୟା ୬ ଟା ବେଳେ ରଥ ମାଉସୀ ମନ୍ଦିର ପାର୍ଶ୍ୱରେ ପହଞ୍ଚିବା ପରେ ଠାକୁର ମାନଙ୍କୁ ରଥରୁ ଓହ୍ଲାଇ ଥିଲେ ପଣ୍ଡା ଓ ଶ୍ରଦ୍ଧାଳୁ ଭକ୍ତ ମାନେ। ନର୍ଲାର ବରିଷ୍ଠ ନାଗରିକ ଜଗନ୍ନାଥ ପ୍ରେମୀ ଚନ୍ଦ୍ର ଶେଖର (ମନ୍ମଥ) ପୂଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କରିଥିଲେ। ଯୁବ ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହକୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ପ୍ରଶାନ୍ତ ପଣ୍ଡା ଗ ରୁଡ ବିଗ୍ରହକୁ ଧରିଥିଲେ। ମଧୁସୂଦନ ପାଢ଼ୀ ମନ୍ମୟ ଚାନ୍ଦ, ପ୍ରଭୋବ ଚାନ୍ଦ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ନାରାୟଣ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ପଦ୍ମନାଭ ପଣ୍ଡା ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ପ୍ରଭୁଙ୍କ ଆସନ ପରିପାଟି କଥା ବିମଲ କୁମାର କେଡିଆ ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ବିମଳ କୁମାର କେଡିଆ, ମଞ୍ଜୁଲତା ଗୌଡ, ଘାସୀ ମାଝୀ, ନିଖିଲ ଚାନ୍ଦ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ । କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ପଦ୍ମ ପଣ୍ଡା, ମଧୁ ପାଢ଼ୀ, ସଞ୍ଜୟ ପଣ୍ଡା, ସାନକୁନୁ ଚାନ୍ଦ ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ। ମୁଖ୍ୟ ରାସ୍ତାରୁ ଦୁର୍ଗାମଣ୍ଡପ ପାର୍ଶ୍ଵସ୍ଥ ମାଉସୀ ମନ୍ଦିର ଯାଏଁ ଠାକୁର ମାନଙ୍କ ପହଣ୍ଡି ହୋଇଥିଲା। ଠାକୁରଙ୍କ ମଉସା ମାଉସୀ ସ୍ମୃତି ଶ୍ରଦ୍ଧା ଚାନ୍ଦ ଓ ସୁକାନ୍ତ ଚାନ୍ଦ ଦମ୍ପତି ଠାକୁର ମାନଙ୍କୁ ପାଛୋଟି ନେଇଥିଲେ। ମାଉସୀ ଘର ପରିବାରର ସଞ୍ଜିବ ଚାନ୍ଦ, ଅଭୟ ଚାନ୍ଦ, ସୁଜିତ ଚାନ୍ଦ, ଆଲୋକ ଚାନ୍ଦ ଓ ଅନେକ ମହିଳା ସଦସ୍ୟା ଉପସ୍ଥିତ ଥିଲେ। ଦୀର୍ଘ ବର୍ଷେ ପରେ ଠାକୁର ମଉସା ମାଉସୀ ଆଗ୍ରହର ସହ ପୋଢ଼ ପିଠା ସହ ନାନା ବ୍ୟଞ୍ଜନ ଭୋଗ ଅର୍ପଣ କରିବା ପରେ ଗୃହକୁ ପ୍ରବେଶ କରିଥିଲେ ଠାକୁର ମାନେ। ଏହାପରେ ସନ୍ଧ୍ୟା ଆଳତୀ ହୋଇଥିଲା। ଠାକୁର ମାନେ ୯ ଦିନ ମାଉସୀ ଘରେ ରହିବେ। ଦ୍ଵିତୀୟ ଦିନ ରଥଯାତ୍ରା ଉପଲକ୍ଷେ ବିଜୟ ପଣ୍ଡାଙ୍କ ନେତୃତ୍ବରେ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ, ନର୍ଲା ତରଫରୁ ଭଜନ ସନ୍ଧ୍ୟାର ଆୟୋଜନ କରଯାଇଥିଲା। ଏଥିରେ ଉକ୍ତ ଅନୁଷ୍ଠାନର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ମ ରାମପୁରର ବିଶିଷ୍ଟ କଣ୍ଠଶିଳ୍ପୀ ସନ୍ତୋଷ ଦୁବେ, ପ୍ରମୋଦ ପରିଡ଼ା, ପ୍ରୀତି ପଣ୍ଡା, ଗିରିଧାରୀ ହଂସ, ଗୁରୁଜୀ ପ୍ରଦୀପ କୁମାର ନାଏକ, ବଣକା ଚନ୍ଦନ ପ୍ରମୁଖ କଣ୍ଠ ଦାନ କରି ଭଜନ ଗାୟନ କରିଥିଲେ। ପ୍ରସନ୍ନ ଗୌଡ ତବଲା ସଙ୍ଗତ କରିଥିବା ବେଳେ ସନ୍ତୋଷ ଦୂବେ ଏବଂ ପ୍ରଦୀପ ନାଏକ ହାରମୋନୀୟମ ସଙ୍ଗତ କରିଥିଲେ। ଭାଗବତିଆ କବି ଶିକ୍ଷାବିତ ମଧୁସୂଦନ ରାଉତ ଏବଂ କବି ମୋହନ ଭଟ୍ଟ ମଞ୍ଚ ସଂଯୋଜନା କରିଥିଲେ। ଇତ୍ୟବସରରେ ଜଗନ୍ନାଥ ମନ୍ଦିର ପାଇଁ ଭୂମିଦାତା ସ୍ୱର୍ଗତ ଚିନ୍ତାମଣି ପାତ୍ରଙ୍କ ପୁତ୍ର ଅନିରୁଦ୍ଧ ପାତ୍ର, ଶିକ୍ଷାବିତ ତପନ କୁମାର ଭୋଇ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ସର୍ଗିଗୁଡାର ଗୌନ୍ତିଆ ଶେଷଦେବ ନାଏକ ପ୍ରମୁଖଙ୍କୁ ଉପଢୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରଯାଇଥିଲା। ଅନୁକୂଳ ପାଗ ଯୋଗୁଁ ପ୍ରଥମ ଦିନ ଭଳି ଦ୍ଵିତୀୟ ଦିନର ରଥଯାତ୍ରା ମଧ୍ଯ ବେଶ ଜମିଥିଲା। ରାତି ୮ ଯାଏଁ ନର୍ଲାର ମୁଖ୍ୟ ବଜାର ଓ ମାଉସୀ ମନ୍ଦିରରେ ଭକ୍ତଙ୍କ ବେଶ୍ ଭିଡ଼ ଜମିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.