ମରଣଜନ୍ତା ପାଲଟିଛି ଡାଙ୍ଗେସି ଓ ଅଲାଞ୍ଜୁରୀ ରାଜସ୍ୱ ଗ୍ରାମର ଅଙ୍ଗୱାଡ଼ି ଓ ସ୍କୁଲକୁ ଯିବା ରାସ୍ତା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗ ବାମୁଣିଗାଁ ବଜାର ପୂର୍ତ୍ତ ବିଭା ମୁଖ୍ୟ ରାସ୍ତା ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଗଜପତି ଜିଲ୍ଲା ଶେଷ ସୀମା ପର୍ଯ୍ୟନ୍ତ ଅଲାଞ୍ଜୁରୀ ଓ ଡାଙ୍ଗେସି ଗ୍ରାମ ଦେଇ ଯାଇ ଥିବା ରାସ୍ତାର ପ୍ରାୟ ୬୦୦ ଫୁଟ କୌଣସି କାରଣରୁ ଅସମ୍ପୂର୍ଣ୍ଣ ରହିଛି। ସେହି ୬୦୦ ଫୁଟ ମାଟିରସ୍ତା ଖଲାଖମା ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହେଉଥିଲା। ଏହି ନେଇ ପୁର୍ବରୁ ଅଲାଞ୍ଜୁରି ଓ ଡ଼ାଙ୍ଗେଶି ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିଟ ଭାବେ ଜଣାଇ ଥିଲେ ମଧ୍ୟ ଆଜଯାଏ ଶୁଫଳ ପାଇନଥିବା କହିଛନ୍ତି। ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବାରୁ ଖାଲଖମାର ମାଟି ରାସ୍ତା ହୋଇଥିବା ଯୋଗୁଁ ପାଣିଜମି ଯାତାୟତରେ ବାଧା ଉପୁଜିଛି। ମୁଖ୍ୟତଃ ଏହି ରାସ୍ତା ଦେଇ ପ୍ରତିଦିନ ଅଙ୍ଗୱାଡ଼ି ଓ ପ୍ରାଥମିକ ବିଦ୍ୟାଳୟ କୁ ଯାଉଥିବା ଛୋଟ ଛୋଟ ପିଲାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଵଂ ପ୍ରସବ କାଳୀନ ଯାନ ଓ ୧୦୮ ଆମ୍ବୁଲାନ୍ସ ଯାତାୟତରେ ଘୋର ସମସ୍ୟା ଉପୁଜୁଛି। ଏହି ଦୁଇ ଗ୍ରାମ ବାସୀଙ୍କ ସହିତ ସୀମାନ୍ତ ବର୍ତ୍ତି ଗଜପତି ଓ ରାୟଗଡା ଜିଲ୍ଲାର କିଛି ପଞ୍ଚାୟତ ବାସୀ ବ୍ରାହ୍ମଣୀଗାଁ ବଜାର ସହିତ ବ୍ୟାଙ୍କ୍, ଡାକ୍ତରଖାନା, ହାଇସ୍କୁଲ ଓ କଲେଜ ପଢାପାଇଁ ପୁଅଝିଅ ଉକ୍ତ ରାସ୍ତା ଉପରେ ପ୍ରତିଦିନ ଯାତାୟାତ କହୁଛନ୍ତି। ଏଣୁ ଅଞ୍ଚଳବାସୀ ଯଥାଶୀଘ୍ର ବଳକା ରହି ଥିବା ୬୦୦ ମିଟର ରାସ୍ତାକୁ କଂକ୍ରିଟ ପକ୍କା ରାସ୍ତା କରି ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହିତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.