ଓଡିଆ ବାର୍ତ୍ତା ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ); କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ତଥା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଟଙ୍କାଛାଇ ଗ୍ରାମପଞ୍ଚାୟତ ସ୍ଥିତ ଝାଡବନ୍ଧ ଗ୍ରାମର ସୁଶାନ୍ତ ସ୍ୱାଇଁଙ୍କ ଏକ ମାତ୍ର ପୁତ୍ର ଶୁଭମ ସ୍ୱାଇଁ (୧୭ବର୍ଷ) ଛତ୍ରପୁରୁ ସ୍ଥିତ ପ୍ରତିଭା ରେସିଡେନ୍ସୀ କଲେଜରେ ଯୁକ୍ତ ୨ୟ ବର୍ଷ ର ଛାତ୍ର ଭାବେ ପଢୁଥିଲା ବେଳେ ଗତ ୨୫ ତାରିଖ ରେ ସେ କଲେଜ ରୁ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିବାର କଲେଜ ର ଅଧକ୍ଷ ଶୁଭମ ଙ୍କ ପିତା ସୁଶାନ୍ତ ସ୍ୱାଇଁ ଙ୍କୁ ଫୋନ ଯୋଗେ କହି ଥିଲେ |ଓ ଏହିବିଷୟ ରେ ଥାନାକୁ ମଧ୍ୟ ଅଧକ୍ଷ ଜଣାଇ ଥିଲେ | ଖବର ପାଇ ଘର ଲୋକ ସେହି ସ୍ଥାନ କୁ ଯାଇ ଚାରିଆଡେ ଖୋଜା ଖୋଜି କରି ଥିଲେ | ତେବେ ସବୁଆଡେ ଖୋଜା, ଖୋଜି ପରେ କିଛି ସନ୍ଧାନ ମିଳି ନଥିଲା ବେଳେ ସେହିଦିନ ଅର୍ଥାତ ୨୬ ତାରିଖ ରେ ଦିବା ଦୁଇଘଣ୍ଟ ସମୟରେ ଥାନାରୁ ଏକ ଫୋନ ଆସିଲା ଯେ ଛତ୍ରପୁର ଟ୍ରେନ ପୋଇ ରେ ଜଣେ ଯୁବକ ର ମୃତ ଦେହ ପଡିଥିବାର | ତେବେ ଶୁଭମ ଙ୍କ କକା ମାନେ ସେହି ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡ କୁ ଦେଖି ଶୁଭମ ବୋଲି ଚିହ୍ନି ପାରିନଥିଲେ | ତେବେ ତାପର ଦିନ ସେହି ସବକୁ ପୋଷ୍ଟ ମଟମ ଘରେ ରଖି ପୁଣି ଶୁଭମ ର ବାପା ସୁଶାନ୍ତସ୍ୱାଇଁ ଙ୍କୁ ଡକାଯାଇ ଥିଲା | ସୁଶାନ୍ତ ସ୍ୱାଇଁ ପହଞ୍ଚି ପୁଅର କିଛି ଫୋଟୋ ଓ କଳା ଯାଇ କୁ ଦେଖି ସେଇ ଶବ ଟି ତାଙ୍କର ଶୁଭମ ବୋଲି ମତ ଦେଇଥିଲେ | ଏପଟେ ଶୁଭମଙ୍କ ଡିଏନଏ ରିପୋର୍ଟ ମଧ୍ୟ ତାଙ୍କର ବୋଲି ଜାଣିବା ପରେ ଶବ ବ୍ୟବଛେଦ ପରେ ଘର ଲୋକଙ୍କୁ ଗତ କାଲି ଶବ ହସ୍ତାନ୍ତର କରାଯଇଥିଲା | ଓପରିବାର ଲୋକ ଛତ୍ରପୁର ଥାନାରେ ତାଙ୍କ ପୁଅକୁ କିଏ ମାରି ଟ୍ରେନ ଲାଇନ ରେ ପକାଇ ଦେଇ ଥିବାର ଅଭିଯୋଗ କରି ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଥାନାରେ ଏଫଆର ଦେଇଥିଲେ ଓ ଏସପିଙ୍କୁ ମଧ୍ୟ ଭେଟି ଏହି ବିଷୟ ରେ ଜଣାଇ ଥିଲେ | ଏସପି ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରଖି ତାଙ୍କ ପରିବାର କୁ ଉପଯୁକ୍ତ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ | ତେବେ କବିସୂର୍ଯ୍ୟ ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଓ କିଛି ସମର୍ଥକ ତାଙ୍କ ଝାଡ଼ ବନ୍ଧ ସୁଶାନ୍ତ ଙ୍କ ଘରେ ପହଞ୍ଚି ପରିବାରବର୍ଗ ଙ୍କୁ ସ୍ଵାନ୍ତନା ଦେବାସହ ମୃତ୍ୟୁ ର ପ୍ରକୁତ କାରଣ ଖୋଜି ବାହାର କରିବା ପାଇଁ ଗଞ୍ଜାମ ଏସପିଙ୍କୁ ଭେଟି ନିବେଦନ କରିବାସହ ପ୍ରତିଭା ରେସିଡେଣ୍ଟ କଲେଜ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ଜଣାଇ ଥିଲେ | ତେବେ ପରିବାର ଲୋକଙ୍କ ବହୁତ ବିଶ୍ୱାସ ଅଛି ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ଉପରେ |