ଦିବଂଗତ ଶିକ୍ଷୟିତ୍ରୀଙ୍କ ପରିବାରକୁ ସହାୟତାର ହାତ ବଢାଇଲା ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୁନ ୧୯ ତାରିଖ ଦିନ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ବୁରାଟ କ୍ଲଷ୍ଟର ଅନ୍ତର୍ଗତ ମାଢେଲ୍ ପ୍ରଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅହଲ୍ୟା ଦେଇଙ୍କ ପରିବାରର ପୁଅ ଝିଅଙ୍କୁ ଭବାନୀପାଟଣାର ନକଟିଗୁଡା ସ୍ଥିତ ବାସ ଭବନରେ ଭେଟି ରବିବାର ଦଶାହ କାର୍ଯ୍ୟ ଦିନ ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ କରିଥିବା ଆର୍ଥିକ ରାଶି କୁ ନର୍ଲା ବ୍ଲକ୍ ଶିକ୍ଷକ ସଂଘ ର ଏକ ପ୍ରତିନିଧି ଦଳ ସାଧାରଣ ସମ୍ପାଦକ ଅମିତ୍ କୁମାର ଶର୍ମା ଙ୍କ ନେତୃତ୍ୱ ରେ ଭେଟି ସହଯୋଗ ରାଶି ପ୍ରଦାନ କରି ତାଙ୍କ ମୃତ୍ୟୁ ଅନ୍ତେ ପାଇବାକୁ ଥିବା ସରକାରୀ ଆର୍ଥିକ ସହଯୋଗ ର କାଗଜ ପତ୍ର ସୁଚାରୁ ରୁପେ କରାଇ ଦେବା ପାଇଁ ନିର୍ଭର ପ୍ରତିଶୃତି ଦେଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଇତ୍ୟବସରରେ ସଂଘର ବରିଷ୍ଠ ଶିକ୍ଷକ ହରି ଅର୍ଜୁନ ସିଂ, ସରୋଜ କୁମାର ବେହେରା, ପ୍ରଭାକର ପାଣ୍ଡେ, ଅମ୍ବିକା ପଣ୍ଡା, କେଦାର ନାଥ ନାଗ, କ୍ଷିତିଶ ଚନ୍ଦ୍ର ମାଝୀ ଓ ସାଧୁରାମ ବାରିକ ଉପସ୍ଥିତ ଥିଲେ। ସ୍ୱର୍ଗତା ଅହଲ୍ୟା ଦେଇ ଶିକ୍ଷକତା କରୁଥିବା ବୁରାଟ କ୍ଲଷ୍ଟର ତତଫରୁ ମଧ୍ୟ ସ୍ଵତନ୍ତ୍ର ଭାବେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତରଫରୁ ଅର୍ଥିକ ସହାୟତା ପ୍ରଦାନ କରାଯାଇ ଥିଲା ଏହାର ନେତୃତ୍ୱ ନେଇ ଥିଲେ ହରି ଅର୍ଜୁନ ସିଂ ଓ ସରୋଜ କୁମାର ବେହେରା। ଏପରି ମହାର୍ଘ କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରଶଂସା କରିଥିଲେ ଓ ଏଭଳି ସମୟରେ ନର୍ଲା ଶିକ୍ଷକ ସଂଘ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପରିବାର ପାଖରେ ପହଞ୍ଚି ସହାୟତା କରିଛି ବୋଲି ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.