ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ମହାସିଙ୍ଗି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ନୂଆ କରି କଳା ଓ ବାଣିଜ୍ୟ ବିଭାଗ ଖୋଲିଲା। ଉକ୍ତ ବିଦ୍ୟାଳୟରେ ପୂର୍ବରୁ କେବଳ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। କିନ୍ତୁ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ଶିକ୍ଷାବର୍ଷରୁ ଏନଇଏସଟିଏସ (ଏମଓଟିଏ) ନୀୟମାନୁସାରେ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ଅଧ୍ୟୟନ କରିବେ। ଉକ୍ତ ଦୁଇଟି ବିଭାଗରେ ୬୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ଚୟନ ହେବାର ଥିଲା ବେଳେ ୧୫ ଜଣ ଛାତ୍ର ଓ ୧୫ ଜଣ ଛାତ୍ରୀ ପୃଥକ ପୃଥକ ବିଭାଗରେ ରହି ଅଧ୍ୟୟନ କରିବା ବ୍ୟବସ୍ଥା ରହିଥିବା ଇଏମଆରଏସ ମହାସିଙ୍ଗିର ଅଧ୍ୟକ୍ଷ ଡଃ ବି ସାଇରାମ୍ ପାତ୍ର ପ୍ରକାଶ କରିଛନ୍ତି। ସରକାର ଏହି ବିଦ୍ୟାଳୟରେ ନୂତନ ବିଭାଗ ଖୋଲି ଥିବାରୁ ଅଞ୍ଚଳବାସୀ, ଛାତ୍ରଛାତ୍ରୀ ଓ ଅଭିଭାବକ କୃତଜ୍ଞତା ଜଣାଇଥିବା ବେଳେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା,ବରିଷ୍ଠ ଶିକ୍ଷକ ସଂଞ୍ଜୟ ସିଂ,ଅଭିନାଶ ମିଶ୍ର, ପି ମନୋଜ କୁମାର ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକା ଖୁସି ବ୍ୟକ୍ତ କରିଛନ୍ତି। ଆସନ୍ତା ଜୁଲାଇ ୨ ତାରିଖ ଅଧ୍ୟୟନ ପାଇଁ ଆବେଦନର ଶେଷ ତାରିଖ ଥିବା ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି।