ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ଅଧିନସ୍ତ ପୁରୁଣା ବସ୍ ଷ୍ଟାଣ୍ଡ ୧୦ ନମ୍ବର ୱାର୍ଡର ମାଳତି ସାହି ଓ କୁମ୍ବାର ସାହିବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରାସ୍ତା ରୋକ କରିଥିବା ନଜରକୁ ଆସିଛି। କଲ୍ୟାଣ ସିଂହପୁରରେ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ପାନୀୟ ଜଳର ଅଭାବ ଦେଖା ଦେଇଛି ଏ ନେଇ ଅନେକ ଥର ବିଭଗୀୟ ଅଧିକାରୀ ଠାରୁ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ଗୁହାରି କରି କରି ନ୍ୟୟାନ୍ତ ହୋଇସାରି ଆଜି ବାଧ୍ୟ ହୋଇ ହାଣ୍ଡ, ବାଲଟି ଧରି ଝିପି ଝିପି ବର୍ଷାରେ ରାସ୍ତା ବନ୍ଦ କରି ପ୍ରତିବାଦ କରୁଥିବା କଥା ୧୦ ନମ୍ବର ୱାର୍ଡ ମାଳତି ସାହି ଓ କୁମ୍ବାର ସାହିର ଦୃପତି କାଶୀ, ସୁନ୍ଦରୀ କାଶୀ, ଗୁଳାପି କାଶୀ, ବୈଦି କାଶୀ, ମଙ୍ଗଲୀ କାଶୀ, ସିଙ୍ଗାରି ପ୍ରାସ୍କା, ଗୌରୀ କୁଲିସିକା, ରାଜି ହୁଇକା, ଚଞ୍ଚଳା କାଡ୍ରାକାଙ୍କ ସହ ୱାର୍ଡର ଶତାଧିକ ମହିଳା ବଖାଣିଛନ୍ତି।