କୈବଲ୍ୟ ସାହିତ୍ୟ ସଂସଦର କାର୍ଯ୍ୟାଳୟ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦର କାର୍ଯ୍ୟାଳୟ ‘କୈବଲ୍ୟଶ୍ରୀ’ ବିଡାନାସୀ ସ୍ଥିତ ଜୟଗୁରୁ କଲୋନୀରେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ଲୋକାର୍ପିତ ହୋଇଯାଇଛି । କୈବଲ୍ୟ ଭଳି ପବିତ୍ର ଏବଂ ଆଧ୍ୟାତ୍ମିକ ଚେତନା ସମ୍ମିଳିତ ଶତାଧିକ ଦିବ୍ୟ ସାରସ୍ବତ ସ୍ରଷ୍ଟା, ସାଧୁ ସନ୍ୟାସୀ, ଅଧିକାରୀ, ସମାଜସେବୀ, ନେତୃମଣ୍ଡଳୀ , ବୁଦ୍ଧିଜୀବୀ, ବିଦ୍ୱାନ ପଣ୍ଡିତ ମାନଙ୍କ ଉପସ୍ଥିତିରେ ଭବ୍ୟ ପରିବେଶରେ ଗୃହପୁଜନ, ବାସ୍ତୁପୂଜା, ଦିବ୍ୟ ଆଳତି ଏବଂ ପ୍ରସାଦ ସେବନ ସମ୍ପନ୍ନ ହୋଇଥିଲା । ଆଧ୍ୟାତ୍ମିକ ଉତ୍ସବକୁ ଶ୍ରୀ ଶ୍ରୀ ମାନସ ଚୈତନ୍ୟ ମହାରାଜ ଉଦଘାଟନ କରିଥିଲେ । କୈବଲ୍ୟଶ୍ରୀ ଜଗନ୍ନାଥ ସଂସ୍କୃତିକୁ ସାହିତ୍ୟ ମାଧ୍ୟମରେ ପ୍ରଚାରର ପ୍ରାଣକେନ୍ଦ୍ର ହୋଇ ରହିବ ବୋଲି ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ବିପିନ ବିହାରୀ ବାରିକ, ଡ଼କ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ଡ. ନୀଳକଣ୍ଠ ରାଉତ, ଅଧ୍ୟାପକ କିଶୋର କୁମାର ଦାସ, ବ୍ରହ୍ମାନନ୍ଦ ମହାନ୍ତି, ପ୍ରାଧ୍ୟାପକ ଡ଼କ୍ଟର ସେକ କଲି ମୁଲ୍ଲା,ଅଧ୍ୟାପକ ଡକ୍ଟର ପ୍ରଶାନ୍ତ ମହାରଣା, ସାହିତ୍ୟ ସଂଗଠକ ରାଜୀବ ଷଡ଼ଙ୍ଗୀ, ଅଧ୍ୟାପିକା ଉର୍ବଶୀ ସାହୁ, ବ୍ରହ୍ମାନନ୍ଦ ବିଶ୍ଵାଳ, ପ୍ରଧ୍ୟାପିକା ଡ଼କ୍ଟର ବୈଜୟନ୍ତୀ ମାଳା, ରାଜ କିଶୋର ସ୍ୱାଇଁ, ସୁରେନ୍ଦ୍ର ମହାପାତ୍ର, ଇତିଶ୍ରୀ ପତି ଏବଂ ଅଭୟ ପଟ୍ଟନାୟକ ଯୋଗଦାନ କରିଥିଲେ । ତିରିଶ ଗୋଟି ରଥଯାତ୍ରା ଶୀର୍ଷକ ଆଧ୍ୟାତ୍ମିକ କବିତା ପାଠ କରାଯାଇଥିଲା । କଣ୍ଠଶିଳ୍ପୀ ବିରେନ୍ଦ୍ର କୁମାର ଜେନା ଏବଂ ଅମିତା ମହାନ୍ତି ସୁମଧୁର କଣ୍ଠରେ ଜଗନ୍ନାଥ ଜଣାଣ ଗାନ କରିଥିଲେ । ସେବା, ତ୍ୟାଗ ଏବଂ ନିଷ୍ଠା ମଧ୍ୟରେ କୈବଲ୍ୟ ସାହିତ୍ୟ ସଂସଦ ସମସ୍ତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମତବ୍ୟକ୍ତ କରିଥିଲେ । କୈବଲ୍ୟଶ୍ରୀ ନିବାସୀ ଏବଂ କୈବଲ୍ୟ ସାହିତ୍ୟ ସଂସଦର ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ଅତିରିକ୍ତ ଖୁସି ଜାହିର କରିଥିଲେ । କୈବଲ୍ୟଶ୍ରୀ ଗୃହରେ ନିବାସ କରୁଥିବା ସମୀର କୁମାର, ସାଗର କୁମାର, ଜ୍ଞାନ ରଞ୍ଜନ, ନିବେଦିତା ବିଶ୍ଵାଳ, ଦୀପକ କୁମାର, ସୋଫିଆ, କବିତା, କଲ୍ୟାଣି, ନର୍ମଦା, ଶ୍ରେୟାନ୍ସ, ଆଶୁତୋଷ, ଆଦିତ୍ୟ, ଅଶୋକ, ଅନୁଶୟା,ସ୍ଵାତୀ, ଶାଶ୍ଵତୀ, ବିଷ୍ଣୁପ୍ରିୟା, ମିନର୍ଭା, ମିଲି, ପୁଟି ଉପସ୍ଥିତ ରହି କୈବଲ୍ୟଶ୍ରୀ ଗୃହ ପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.