ରଥ ସରୋଜିନୀ ଫାଉଣ୍ଡେସନ ତରଫରୁ ବଡ଼ଦାଣ୍ଡରେ ସେବା କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ ପୁରୀ: ରଥ ସରୋଜିନୀ ଫାଉଣ୍ଡେସନ ତରଫରୁ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ବଡଦାଣ୍ଡରେ ଘୋଷଯାତ୍ରା ଜଳଛତ୍ର ଲୋକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟ ଦୁଇଦିନ କରାଯାଇଥିଲା । ମାନବିକମୂଲ୍ୟବୋଧ ଏବଂ ଶୃଙ୍ଖଳା ଭିତରେ କୋଡ଼ିଏରୁ ଉର୍ଦ୍ଧ ସ୍ବେଛାସେବୀ ଏହି ସେବା କାର୍ଯ୍ୟରେ ଯୋଗଦାନ କରିଥିଲେ । ସରକାରଙ୍କ ଗାଇଡ ଲାଇନ୍ ପାଳନ କରାଯାଇଥିଲା । ଏହି ଅବସରରେ ରଥ ସରୋଜିନୀ ଫାଉଣ୍ଡେସନ ଚେୟାରମେନ ସରୋଜିନୀ ରଥ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସମ୍ପାଦନ କରିଥିଲେ । ପ୍ରେରଣାଦାୟୀ ବକ୍ତା ତଥା ସମାଜସେବୀ ସରୋଜିନୀ ରଥଙ୍କ ପରାମର୍ଶ ଏବଂ ସେଲ୍ଫି ନେବା ପାଇଁ ହଜାର ହଜାର ଯୁବ ବ୍ୟକ୍ତିତ୍ଵ ଷ୍ଟଲ୍ ନିକଟରେ ଜମା ହୋଇଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁବାସ ରାଉତ ଯୋଗଦାନ କରି ସେବା କାର୍ଯ୍ୟରେ ସହଯୋଗ କରିଥିଲେ । ସାମାଜିକ ଗଣମାଧ୍ୟମରେ ହଜାର ହଜାର ଲୋକଙ୍କ ପ୍ରଶଂସା ଅନୁଷ୍ଠାନକୁ ମିଳି ପାରିଛି । ଆସନ୍ତା ବର୍ଷ ଏହି କାର୍ଯ୍ୟକୁ ବ୍ୟାପକ କରାଯିବ ବୋଲି ସଭାପତି ସୂଚନା ପ୍ରଦାନ କରିଥିଲେ । କର୍ମକର୍ତ୍ତା ଏବଂ ସ୍ବେଛାସେବୀବୃନ୍ଦ ଅମିତ ବିକ୍ରମ ମହାପାତ୍ର, ନରେନ୍ଦ୍ର ମହାପାତ୍ର, ପ୍ରମୋଦ କୁମାର ତ୍ରିପାଠୀ, ନିଗରିକା ସ୍ୱାଇଁ, ପ୍ରମୋଦ କୁମାର ଭୋଇ, ସୌମ୍ୟ ଶିବାନନ୍ଦ, ଶିବ ପ୍ରସାଦ ବେହେରା, ସିଦ୍ଧାନ୍ତ ଶେଖର ସାହୁ, ଟୁଟୁ ଦାସ, ପଙ୍କଜ ରଥ, ଅଭିନ୍ନ ସୁନ୍ଦର, ମାତୃ ପ୍ରସାଦ, ସୁପ୍ରିୟା କାଣ୍ଡି, ଅଂଶୁମାନ, ସୁଜିତ୍ କୁମାର ସାହୁ, ଉର୍ମିଳା ପ୍ରଭା ବେଉରିଆ, ସୂଚୀ ସ୍ନିଗ୍ଧା ମିଶ୍ର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଭକ୍ତ ମାନଙ୍କୁ ସେବା ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.