ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମୁଣ୍ଡଙ୍କ ଅବସର ଗ୍ରହଣ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମୁଣ୍ଡ ଆଜି ଅବସର ଗ୍ରହଣ କରିଛନ୍ତି। ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ୧୯୮୮ ମସିହାରେ ଘରୋଇ ଅନୁଷ୍ଠାନ ରୁପେ ସ୍ଥାପିତ ହୋଇଥିବା ବେଳେ ପ୍ରଥମ ଶିକ୍ଷକ ଭାବରେ ରବିନ୍ଦ୍ର କୁମାର ମୁଣ୍ଡ ସେହି ବର୍ଷ ସାହିତ୍ୟ ବିଭାଗର ଶିକ୍ଷକ ଭାବରେ ଯୋଗ ଦେଇଥିଲେ। ପରେ ୧୯୯୦ ମସିହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ନିୟୋଜିତ ହୋଇଥିଲେ। ସେତେବେଳେ ଏହି ବିଦ୍ୟାଳୟଟି ଘରୋଇ ଅନୁଷ୍ଠାନ ରୁପେ ସ୍ଥାପିତ ହୋଇଥିବାରୁ ଶିକ୍ଷକତା ଜୀବନରେ ସରକାରଙ୍କ ଅନୁଦାନରୁ ବଞ୍ଚିତ ଥିବା ବେଳେ ସେ ସମସ୍ତ ଅସୁବିଧାକୁ ସହ୍ୟ କରି ବିଦ୍ୟାଳୟକୁ ଆଗେଇ ନେଇଥିଲେ। ଦୀର୍ଘ ୨୭ ବର୍ଷ କାଳ ଶିକ୍ଷକତା କରିବା ପରେ ଆଜି ତାଙ୍କର ଗୈାରବମୟ ଅଧ୍ୟୟନ ଯାତ୍ରା ଶେଷ ହୋଇ ସେ ଅବସର ଗ୍ରହଣ କରିଛନ୍ତି। ସେ ଏକାଧାରରେ ମୃଦୁ ଭାଷୀ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ମମତା, ଓଡ଼ିଆ ସାହିତ୍ୟ ପ୍ରତି ଭଲ ପାଇବା ଏବଂ ତାଙ୍କର ନେତୃତ୍ୱରେ ବିଦ୍ୟାଳୟ ଅନେକ ଦିଗରେ ଆଗକୁ ବଢ଼ାଇବା ସହିତ ଶିକ୍ଷା ର ଗୁଣବତ୍ତା ବୃଦ୍ଧି ହେବ ସହିତ ଛାତ୍ରଛାତ୍ରୀମାନଙ୍କୁ ଠିକ ମାର୍ଗ ରେ ନେଇ ଛନ୍ତି। ବିଦ୍ୟାଳୟ ରେ ତାଙ୍କର ଅନୁପସ୍ଥିତିରେ ଅପୁରଣ ହୋଇ ରହିବ। ସେ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପାଇଁ ଚିରସ୍ମରଣୀୟ ହୋଇ ରହିବେ। ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ରେ ବିଗତ ବର୍ଷେ ଭିତରେ ତିନୋଟି ଶିକ୍ଷକ ଅବସର ଗ୍ରହଣ କରିସାରିଲେଣି। ଆଗାମୀ ଦିନରେ ବିଦ୍ୟାଳୟ ପାଇଁ ଶିକ୍ଷକ ର ଦେଖା ଦେବ ସେଥିପ୍ରତି ଓଡିଶା ସରକାର ଦୃଷ୍ଟି ଆକର୍ଷଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.