ନର୍ଲାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଠାରେ ସୋମବାର ପ୍ରତିକୂଳ ପାଗ ସତ୍ତ୍ୱେ ଲଘୁଚାପ ଜନିତ ବର୍ଷାରେ ଜୁନ ୩୦ ତାରିଖରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର। ଶିବିରରେ ୪୮ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବାବେଳେ ଆରଏଚ, ପେନସନ ଓ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ଅଭିଯୋଗ କାରୀ ଅଭିଯୋଗ କରିଥିବା ପଞ୍ଜୀକୃତ ହୋଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଶିବିରରେ ଏଡିଏମ ତନ୍ମୟ କୁମାର ଦରୱାନ, ସିଡ଼ିଓ ଦୟାମୟ ପାଢୀ, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ପ୍ରମୁଖ ମଞ୍ଚାସୀନ ରହି ଅଭିଯୋଗ ସବୁ ଶୁଣିଥିଲେ। ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସମେତ ନର୍ଲା ମାଇନର ଇରିଗେସନ ସହକାରୀ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମାଝୀ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ମେଡିକାଲ ଅଫିସର ଅକ୍ଷୟ ଗୋଚ୍ଛାୟତ, ନର୍ଲା ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ବିଇଓ ତପିମଣି ଜାନି, ଏବିଇଓ ଗୋବର୍ଦ୍ଧନ ମାଝୀ ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର, ଫରେଷ୍ଟର ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ। ବିପିସି ଭୋଳନାଥ ଦାସ, ଯନ୍ତ୍ରୀ ଆଲୋକ ନାୟକ, ବିଏସଏସଓ ପ୍ରଦୀପ ବେହେରା, ସନତ କୁମାର ସାହୁ, ସନତ କୁମାର ନାୟକ, ସହକାରୀ ଯନ୍ତ୍ରୀ ସୁଧାଂଶୁ ମହାଲି, କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ/ ସଦସ୍ୟା ମାନେ ଶିବିରରେ ଉପସ୍ଥିତ ରହିଥିଲେ। ଭତ୍ତା ,ଆବାସ ଜୋଜନା, ବିଦ୍ୟୁତ ସଂକ୍ରାନ୍ତୀୟ ମାମଲା, ବାର୍ଦ୍ଧକ୍ୟ ଭତ୍ତା ଓ ଜମିଜମା ସଂକ୍ରାନ୍ତୀୟ ମାମଲା ଗୁଡିକ ଉପରେ ଅଭିଯୋଗ ସବୁ ହୋଇଥିଲା। ଭତ୍ତା ଓ ଆବାସ ଯୋଜନା ସମ୍ବନ୍ଧୀୟ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ କରଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.