୯ ଦିନ ପରେ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗିିର ଜିଲ୍ଲା କଣ୍ଟାବାଞ୍ଜି ସହର ଉପକଣ୍ଠସ୍ଥ ବନ୍ଦ ହୋଇ ପଡ଼ିଥିବା ନିଲାଂଚଳ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ରବିବାର ପୋଲିସ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଅନୁସାରେ କଣ୍ଡାବାଞ୍ଜି ଥାନା ଡୁମେରଚୁଆଁ ଗ୍ରାମର କୁଞ୍ଜ ମାଝି (୧୯) ନାମକ ଯୁବକଟି ଗତ ୨୦ ତାରିଖ ରାତିରୁ ଖାଉଥିବା ବେଳେ ଏକ ଫୋନ କଲ୍‌‌ ପାଇ ଘରୁ ଚାଲିଯାଇଥିଲା। ଘରୁ ଗଲା ପରେ ଫେରି ନ ଥିଲେ। ଖୋଜା ଖୋଜି ପରେ ନ ପାଇବାରୁ ତାଙ୍କ ମାଁ ଚୁକ୍ତି ମାଝି ପୁଅର ନିଖୋଜ ନେଇ ୨୧ ତାରିଖ ଦିନ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲେ। ନିଖୋଜକୁ ନେଇ ଚୁକ୍ତି ମାଝିଙ୍କ ଅଭିଯୋଗ ଉପରେ ପୋଲିସ କେସ ନଂ. ୩୫/୨୦୫ ନିଖୋଜ ମାମଲା ରୁଜୁ କରିଥିଲା। ରବିବାର ଦିନ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ଭାସୁଥିବା ଖବର କୁଞ୍ଜଙ୍କ ଅଜା ପାଇ ପୋଲିସକୁ ଜଣାଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିଥିଲା। ବଲାଙ୍ଗିର ସାଇଣ୍ଡିଫିକ୍‌‌ ଟିମ, ଅଗ୍ନିଶମ ବିଭାଗ କଣ୍ଟାବାଞ୍ଜି ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ବିଶ୍ୱନାଥ ଖାଲକୋଙ୍କ ଉପସ୍ଥିତିରେ ଗଳିତ ଶବକୁ କୂଅରୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଶବକୁ ଚିହ୍ନଟ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଉପରେ ପୋଲିସ ଥାନା ରେ ଏକ ମାମଲା (କେସ ନଂ. ୨୩୧/୨୦୨୫) ଦଫା ୧୦୩(୧) ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ବେଳେ ଡୁମେରଚୁଆଁ ଗ୍ରାମର ୩ ଜଣକୁ ଅଟକ ରଖି ଅଧିକ ଅନୁସଂଧାନ ଜାରି ରହିଥିବା ଅନୁସଂଧାନ ଅଧିକାରୀ ଆଇଆଇସି ରଶ୍ମିତା ବେହେରାଙ୍କ ଠାରୁ ପ୍ରକାଶ। ପ୍ରକାଶ ଥାଉକି ମୃତକ କୁଞ୍ଜ ତୁରେକେଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ଦ୍ଵିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ହେମନ୍ତ ମାଝି ଏକ ବର୍ଷ ପୁର୍ବରୁ ମୃତ୍ୟୁ ହୋଇଛି। ବିଧବା ମାଆର କୁଞ୍ଜ ଏକମାତ୍ର ପୁତ୍ର ସାହାରା ଥିଲା। ପୁଅର ମୃତ୍ୟୁରେ ବିଧବା ବେସାହାରା ହୋଇଥିବା ବେଳେ ଏହି ଘଟଣା ଉପରେ ଗ୍ରାମବାସୀ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ ବିଧବା ମାଆକୁ ସରକାରୀ ସାହାଯ୍ୟ ପାଇଁ ଦାବୀ ଜଣାଇଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.