ଲାଞ୍ଜିଗଡ଼ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ: ଶିକ୍ଷୟିତ୍ରୀ ମମତା ଚାନ୍ଦଙ୍କୁ ଅବସର ସମ୍ବର୍ଦ୍ଧନା ସହିତ ମିଳିଲା ଫାଇନାଲ ପେନସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦିନ ଥିଲା ଅବସର ନେବା ପରେ ବି ଅବସର ସମୟ ମିଳୁନଥିଲା। ଚାକିରୀ ଜୀବନ ପରେ ବି ନିଜ ସଞ୍ଚିତ ଅର୍ଥାତ ପେନସନ ରାଶି ପାଇବାକୁ ବେଶ ଧାଁ ଦଉଡ କରିବାକୁ ପଡୁଥିଲା। ଏପରିକି ଅବସର ପରେ ପେନସନ ଟଙ୍କା ପାଇବାକୁ ଜଣ ଜଣଙ୍କୁ ବର୍ଷ ବର୍ଷ ଧରି ହଇରାଣ ହରକତ ହେବାକୁ ପଡୁଥିଲା। ଏ ପରିସ୍ଥିତିରେ ବ୍ଲକର କିଡିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ଚାନ୍ଦଙ୍କୁ ଅବସର ନେବା ଦିନରେ ହିଁ ଫାଇନାଲ ପେନସନ ସମ୍ପର୍କିତ କାଗଜପତ୍ର ପ୍ରଦାନ କରି ଏକ ରେକର୍ଡ ସୃଷ୍ଟି କରିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ବିଭାଗ। ଆଜି ବିଶ୍ୱନାଥପୁର ସ୍ଥିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ ସହିତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଫାଇନାଲ ପେନସନ ସମ୍ପର୍କିତ କାଗଜାତ ହସ୍ତାନ୍ତର କରାଯାଇଛି। ଆଜି ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଯୋଗଦେଇ ଶ୍ରୀମତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ଫାଇନାଲ ପେନସନ ସମ୍ପର୍କିତ କାଗଜାତ ହସ୍ତାନ୍ତର କରିଥିଲେ। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସଂଯୋଜକ ସୁଢଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ ସଭା ପରିଚାଳନା କରିଥିବାବେଳେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସୁଢ଼ଳ ଦେବ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଏହି ଅଭିନବ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ, ଜଳନ୍ଧର ମାଝୀ, କୁମାର ଗୌରବ ପରିଡ଼ା, ଦୁଃଖି ଶ୍ୟାମ ବାରିକ, ଗୁନମଣି ଭୋଇ, ଘାସି ମାଝୀ,ଶ୍ରବନ କୁମାର ସରାଫ, ପ୍ରକାଶ ପ୍ରଧାନ, ସଞ୍ଜୀବ ସାହୁ, ଶିବରାମ ପ୍ରଧାନ, ତ୍ରିନାଥ ଶ୍ୟାମ କୁମାର, ଯ୍ୟୋତ୍ରିମୟୀ କାଞ୍ଚନ ବାଲା ମହାରଣାଙ୍କ ସମେତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.