କଲ୍ୟାଣସିଂହପୁରରେ ପାଣି ପାଇଁ ରାସ୍ତାରୋକ ପ୍ରସଙ୍ଗ; ଘଟଣାସ୍ଥଳରେ ପ୍ରଶାସନ, ସମସ୍ୟାର ହେବ ସମାଧାନ 

‘ଓଡ଼ିଆ ବାର୍ତ୍ତା’ର ମହାପ୍ରଭାବ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ଅଧିନସ୍ତ ପୁରୁଣା ବସ୍ ଷ୍ଟାଣ୍ଡ ୧୦ ନମ୍ବର ୱାର୍ଡ ର ମାଳତି ସାହି ଓ କୁମ୍ବାର ସାହି ବାସି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ସୋମବାର ରାସ୍ତା ରୋକ କରିଥିଲେ। ଏନେଇ ଏକ ସଚେତନ ଗଣମାଧ୍ୟମ ଭାବେ ‘ଓଡ଼ିଆ ବାର୍ତ୍ତା’ରେ ତୁରନ୍ତ ଖବର ପ୍ରସାରିତ ହୋଇଥିଲା। ସାଙ୍ଗେ ସାଙ୍ଗେ ସ୍ଥାନୀୟ ବ୍ଲକରୁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା, ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରିଣୀ ମନିଷା ଦାସ, ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଘଟଣାସ୍ଥଳରେ ପହଞ୍ଚି ବୁଝା ସୁଝା ପରେ ମଧ୍ୟ ମହିଳା ମାନେ ଜିଦ୍ କରି ବସିଥିଲେ। ଏପଟେ କଲ୍ୟାଣସିଂହପୁରରେ ଜିଲ୍ଲା ପ୍ରଶାସନ ଦ୍ୱାରା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରକୁ ଆସୁଥିବା ଉପ ଜିଲ୍ଲାପାଳ ରମେଶ କୁମାର ଜେନା ରାସ୍ତାରୋକରେ ସାମିଲ ଥିବା ମହିଳା ମାନଙ୍କୁ ବୁଝାଇବା ସହ ୱାର୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ଘଟଣାରେ ସାମିଲ ଥିବା କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.