ଗ୍ରାହକ ହନ୍ତସନ୍ତ: କେବେ ସୁଧୁରିବ ଟିଟିଲାଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ?

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଟିଟିଲାଗଡ଼ର ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ରେ ନାହି ନ ଥିବାର ଅସୁବିଧା ର ସମ୍ମୁଖୀନ ହେଉ ଅଛନ୍ତି ଗ୍ରାହକ। ବ୍ୟାଙ୍କ୍ ରେ ଥିବା ମୁଖ୍ୟ ଟଙ୍କା ପଇଠ କରୁ ଥିବା ବେଳେ ଅନେକ ଗ୍ରାହକ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡୁ ଅଛି ଗୋଟିଏ ମାତ୍ର ବ୍ୟାଙ୍କ୍ ରେ ସମସ୍ତ ପ୍ରକାର ର ଟଙ୍କା ଜମା ହେଉ ଥିବା ବେଳେ ମୂଖ୍ୟ କେସ କାଉଣ୍ଟରରେ ଜଣେ ମଧ୍ଯ ସହାୟକ ଦିଆ ଯାଇଛି। ହେଲ ଶ୍ରୀଗୁଣ୍ଡିଚା ଯାତ୍ରା ଥିବା ରୁ ତିନି ଦିନ ବ୍ୟାଙ୍କ ଛୁଟି ରହି ଥିବା ବେଳେ ସୋମବାର ଦିନ ଅନେକ ସଂସ୍ଥା ର ଟଙ୍କା ଜମା ହେଉ ଥିବା ସମୟରେ ଜଣେ ମାତ୍ର କାଉଣ୍ଟର ରେ ରହି ଥିବା ବେଳେ ଗ୍ରାହକ ମାନେ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡୁ ଅଛି, ଭାରତୀୟ ଷ୍ଟେଟ ବ୍ୟାଙ୍କର ମୂଖ୍ୟ କର୍ତ୍ତୃପକ୍ଷ ଏଥି ପାଇଁ ଦୃଷ୍ଟି ଦେବା ସହିତ କିମିତି ଗ୍ରାହକ ସୁବିଧା ପାଇବେ ତାହାର ଦୃଷ୍ଟି ଗୋଚର ହେବା କଥା। ଟଙ୍କା ଜମା କରିବା ପାଇଁ ଆସିଲେ ଅତି ଜରୁରୀ କାମ ସବୁ ବନ୍ଦ ହେଇ ଯାଉଅଛି ଯାହା ଫଳରେ ଗ୍ରାହକ ମାନଙ୍କ ନାହି ନ ଥିବାର ଅସୁବିଧା ର ସମ୍ମୁଖୀନ ହେବା ସହିତ ସମସ୍ତ ଜରୁରି କାର୍ଯ୍ୟ ରେ ବାଧା ସୃଷ୍ଟି ହେଉ ଅଛି, ତେଣୁ ସମସ୍ତ ପ୍ରକାର ସଂସ୍ଥା ର କାମ ବିଳମ୍ବ ହେଉ ଥିବାରୁ ଜନ ସାଧାରଣ ଙ୍କ ମନରେ କ୍ଷୋଭ ପ୍ରକାଶ ପାଇବା ର ଦେଖା ଯାଉ ଅଛି। ଯେତେ ଅଭିଯୋଗ କଲେ ମଧ୍ଯ ଉଚ୍ଛ କର୍ତୁପକ୍ଷ ଶୁଣିବା କୁ ନାରାଜ ପୁଣି ଉଚ୍ଚକର୍ତୁପକ୍ଷ ଙ୍କୁ ଅଭିଯୋଗ କଲେ ସରକାରି, ବେସରକାରୀ, ପ୍ରାଇଭେଟ୍ ବୋଲି ମତ ଦେଉ ଥିବାର ସୂଚନା ମିଲୁ ଅଛି। ଯାହାକି ଟିଟିଲାଗଡରେ ଥିବା ମୂଖ୍ୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରେ ଅନେକ ବର୍ଷ ରୁ ଅବହେଳା ଯୋଗୁଁ ଗ୍ରାହକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି, ତେଣୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମୂଖ୍ୟ ଏଥି ପ୍ରତୀ ଦୃଷ୍ଟି ଦେବା ସହିତ ଗ୍ରାହକ ମାନଙ୍କ ସୁବିଧା ଯୋଗାଇ ଦେବା ଦେବା ନିହାତି ଆବଶ୍ୟକ ଅଟେ, ପୁଣି ଗ୍ରାହକ ସମ୍ମୁଖରେ ଟଙ୍କା ଗଣା ଯିବା କଥା ୧୦୦,୫୦ ଟଙ୍କାର ନୋଟ ବିଡା କୁ କାଉଣ୍ଟର ପଛପଟେ ଗଣା ଯାଉଥିବାରୁ ଗ୍ରାହକ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉ ଅଛି ଏଥୀ ପ୍ରତୀ ଉଚ୍ଚକର୍ତ୍ତପକ୍ଷ ଦୃଷ୍ଟି ଦେବା କଥା ଗ୍ରାହକ ମହଲରେ ଆଲୋଚନା ହେଉ ଥିବାର ସୁଚନା ମିଳୁ ଅଛି, ପୁଣି ବ୍ୟାଙ୍କ ରେ ଯଦି ଲୋନ ଆବେଦନ କରିବାକୁ ଗଲେ ଏସ୍ ବି ଆଇ ଲାଇଫ ଏବଂ ଏସ୍ ବି ଆଇ ଜେନେରାଲ ବିମା ନେବା ପାଇଁ ଉଚ୍ଚକର୍ତୁପକ୍ଷ ବାଧ୍ୟତା କରୁ ଥିବାର ଜନ ସାଧରଣରେ ଚର୍ଚ୍ଚା ପାଲଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.