ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଥାନା ପକ୍ଷରୁ ଲୌହ ପୁରୁଷ ସର୍ଦ୍ଦାର ବଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଜାମୁନି ଗ୍ରାମରେ ପାଳିତ ହୋଇଯାଇଛି। ଏକ ରାଲି ସହ ଗଣ ଦୌଡ଼ ପଞ୍ଚାୟତ ଅଫିସ ଠାରୁ ବାହାରି ହାଇସ୍କୁଲରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଥାନା ଷ୍ଟାଫ ଓ ପଞ୍ଚାୟତ ଷ୍ଟାଫ, ଛାତ୍ର, ଗ୍ରାମବାସୀ,ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଶେଷରେ ଥାନା ଏକାଦଶ ଓ ପଞ୍ଚାୟତ ଏକା ଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ ମ୍ୟାଚର ମଧ୍ଯ ଆୟୋଜନ କରାଯାଇଥିଲା । ଥାନା ଅଧିକାରୀ ରାଜେଶ କୁମାର ନାୟକ ଏବଂ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାୟକଙ୍କ ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଟସ ଜିତିପ୍ରଥମେ ପଞ୍ଚାୟତ ଏକାଦଶ ୧୨ ଓଭରରେ ୬୪ ରନ କରିଥିବା ବେଳେ ପୋଲିସ ଏକାଦଶ ଦୁଇଟି ବଲ ବାକିଥାଇ ୬୫ ରନ କରି ବିଜୟୀ ହୋଇଥିଲେ। ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସହ ଥାନା କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.